Only for Entertainment

ଅଭିନେତ୍ରୀ ମିଶା ସଫିଙ୍କ ଉପରେ ୧୦୦କୋଟି ଟଙ୍କାର ମାନହାନି ମକଦ୍ଦମା କଲେ ଅଲ୍ଲୀ ଜଫର

you tube
0 59

ପାକିସ୍ତାନୀ ଗାୟିକା ଏବଂ ଅଭିନେତ୍ରୀ ମିଶା ସଫି କିଛି ଦିନ ତଳେ ବଲିଉଡ଼ର ଜଣା ଶୁଣା ଅଭିନେତା ଅଲ୍ଲୀ ଜଫରଙ୍କ ଉପରେ ଯୌନ ଶୋଷଣର ଅରୋପ ଲାଗାଇଥିଲେ । ଯାହା ଉପରେ ଏବେ ଅଲ୍ଲୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ମିଶାଙ୍କୁ ଉଚିତ୍‌ ଜବାବ ଦେବା ପାଇଁ ପାକିସ୍ତାନ କୋର୍ଟରେ ମିଶାଙ୍କ ବିରୋଧରେ ୧୦୦କୋଟି ଟଙ୍କାର ମାନହାନି ମକଦ୍ଦମା କରିଥିବା ଜଣା ପଡ଼ିଛି ।

Meesha-Shafir-and-Ali-Zafar

ଅଲ୍ଲୀ ଜଫର କହିଛନ୍ତି, ମିଶା ସସ୍ତା ଲୋକପ୍ରିୟତା ପାଇଁ ମୋ ନାଁର ବ୍ୟବହାର କରିଥିଲେ । ସମସ୍ତଙ୍କ ପାଖରେ ପରିଚିତ ହେବା ପାଇଁ ସେ ମୋ ବିରୋଧରେ ଏଭଳି ମିଥ୍ୟା ଆରୋପ ଲାଗାଇଥିଲେ । ସୂଚନା ମୁତାବକ, #metoo କ୍ୟାମ୍ପେନ୍‌ କରିବା ସମୟରେ ମିଶା ନିଜ ସହ ହୋଇଥିବା ଯୌନ ଶୋଷଣ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ଅଲ୍ଲୀ ଜଫରଙ୍କ ଫଟୋ ଅପ୍‌ଲୋଡ଼ କରି ଅଲ୍ଲୀ ତାଙ୍କ ସହ ଯୌନ ଅସଦାଚରଣ କରିଥିଲେ ବୋଲି ଲେଖିଥିଲେ । ଦୁଇ ଜଣ ଏକା ସାଙ୍ଗରେ ସଙ୍ଗୀତ ପରିବେଶଣ କରୁଥିବା ବେଳେ ଅଲ୍ଲୀ ତାଙ୍କ ସହ ଯୌନ ଅସଦାଚରଣ କରିଥିଲେ ବୋଲି ମିଶା ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେ ଅଲ୍ଲୀଙ୍କ ଚରିତ୍ରକୁ ନେଇ ତୀବ୍ର ନିନ୍ଦା କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More