Only for Entertainment

ସୁପରହିଟ କ୍ୱିନ ଆଲିଆ ଫିସ ନବଢାଇବା ପଛର କାରଣ ହେଉଛନ୍ତି ଦୀପିକା ! ଜାଣନ୍ତୁ କିପରି

Storypick
0 49

ଫିଲ୍ମ ହିଟ ହେବାପରେ କଳାକାରମାନେ ନିଜର ଫିସ ବଢାଇ ଦେଇଥାନ୍ତି । କିନ୍ତୁ ‘ରାଜି’ର ସଫଳତା ପରେ ମଧ୍ୟ ଆଲିଆ ନିଜ ଫିସ ନବଢାଇବା ପାଇଁ ନିର୍ଣ୍ଣୟ ନେଇଛନ୍ତି । ତେବେ ଆଲିଆଙ୍କ ଏହି ନିର୍ଣ୍ଣୟ ପଛରେ ସବୁଠାରୁ ବଡ କାରଣ ହେଉଛନ୍ତି ଦୀପିକା ପାଦୁକୋନ । ଆପଣ ଭାବୁଥିବେ ଏହା କିପରି ସମ୍ଭବ ?

ଖବର ଅନୁସାରେ ଦୀପିକା ‘ପଦ୍ମାବତ’ର ସଫଳତା ପରେ ନିଜର ଫିସ ବଢାଇ ଦେଇଛନ୍ତି । ଦୀପିକା ଫିଲ୍ମ ‘ପଦ୍ମାବତ’ ପାଇଁ ମଧ୍ୟ ନିଜ କୋ-ଷ୍ଟାରଙ୍କ ଠାରୁ ଅଧିକ ଫିସ ନେଇଥିଲେ । ଏହାର ଖୁଲାସା ଦୀପିକା ଏକ ଇଣ୍ଟରଭ୍ୟୁରେ କରିଥିଲେ । କିନ୍ତୁ ଏବେ ଦୀପିକାଙ୍କ ପାଖକୁ ଫିଲ୍ମ ପ୍ରୋଜେକ୍ଟ ତ ଛାଡ ପୂର୍ବ ଫିଲ୍ମ ପରି ଫିସର ଅଫର ମଧ୍ୟ ଆସୁନାହିଁ । ଖବର ଅନୁସାରେ କରଣ ଜୋହରଙ୍କ ବ୍ୟାନର ମଧ୍ୟ ଦୀପିକାଙ୍କୁ ପଦ୍ମାବତ ପରି ବରାବର ଫିସ ଦେବାକୁ ରାଜି ନାହାଁନ୍ତି । ଏହାକୁ ଦେଖିଲେ ଲାଗୁଛି ଫିସ କାରଣରୁ ଦୀପିକାଙ୍କୁ ବଡ ବଡ ପ୍ରୋଜେକ୍ଟ ହାତଛଡା କରିବାକୁ ପଡିପାରେ ।

deepika and alia

ଦୀପିକାଙ୍କ ଏହି ଅନୁଭବରୁ ଆଲିଆ ସତର୍କ ହୋଇଯାଇଛନ୍ତି । ଅନେକ ହିଟ ଫିଲ୍ମ ଦେବା ପରେ ମଧ୍ୟ ଆଲିଆ ନିଜ ଫିସରେ ପରିବର୍ତ୍ତନ କରିନାହାଁନ୍ତି । ଆଲିଆଙ୍କ ମତରେ ସେ ପ୍ରଥମେ ଭଲ କାମ କରିବାକୁ ଚାହାଁନ୍ତି । ତେବେ ଏହି ନିର୍ଣ୍ଣୟ ଆଲିଆଙ୍କ କ୍ୟାରିୟରକୁ ଆହୁରି ସଫଳ କରିବ ବୋଲି କୁହାଯାଉଛି ।

ଉଲ୍ଲେଖଯୋଗ୍ୟ, ଆଲିଆ ଏବେ ଅମିତାଭ ବଚ୍ଚନ ଏବଂ ରଣବୀର କପୁରଙ୍କ ସହିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ପରେ ସେ ଅଭିନେତା ରଣବୀର ସିଂଙ୍କ ସହିତ ଫିଲ୍ମ ‘ଗଲିବୟ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More