Only for Entertainment

୨୭ ବର୍ଷ ବଡ ସଲମାନଙ୍କ ସହିତ ଫିଲ୍ମ କରିବାକୁ ନେଇ ଟ୍ରୋଲ ହୋଇଥିଲେ ଆଲିଆ, ଏବେ ଦେଲେ ଏପରି ଜବାବ

Mathrubhumi English
32

ଅଭିନେତ୍ରୀ ଆଲିଆ ଭଟ୍ଟ ସଂଜୟ ଲୀଲା ଭଂସାଲୀଙ୍କ ସହିତ ଫିଲ୍ମ ‘ଇଂଶାଅଲ୍ଲାହ’ରେ ଲିଡ ରୋଲ ପ୍ଲେ କରିବେ । ପ୍ରଥମ ଥର ପାଇଁ ଆଲିଆ ଫିଲ୍ମରେ ବଲିଉଡ ଦବଙ୍ଗ ଖାନ ସଲମାନ ଖାନଙ୍କ ସହିତ ସ୍କ୍ରିନ ସେୟାର କରିବେ । କିନ୍ତୁ ସଲମାନ ଖାନ ଆଲିଆଙ୍କ ଠାରୁ ୨୭ ବର୍ଷ ବଡ ହୋଇଥିବା ବେଳେ ସଲମାନଙ୍କ ଅପୋଜିଟରେ ଫିଲ୍ମ କରିବାକୁ ନେଇ ଆଲିଆ ଟ୍ରୋଲ ହୋଇଥିଲେ । ଲୋକେ ଟ୍ରୋଲ କରି କହିଥିଲେ ଯେ ଦୁହିଁଙ୍କ ଯୋଡି ପରଦାରେ ଜମିବ ନାହିଁ । ଏହାକୁ ନେଇ ଏବେ ଆଲିଆଙ୍କ ରିଆକ୍ସନ ସାମ୍ନାକୁ ଆସିଛି ।

ଆଲିଆ କହିଛନ୍ତି, ‘ମୋତେ କେଉଁଠାରୁ ବି ଆଲୋଚନା ମିଳିନାହିଁ । ବରଂ ମୋତେ ଖୁବ ସାରା ଏକ୍ସାଇଟମେଣ୍ଟ ଦେଖିବାକୁ ମିଳିଛି । ମୋତେ ଲାଗୁଛି ଏପରି ଖବର ମଧ୍ୟ ଏକ ପ୍ରକାର ଏକ୍ସାଇଟମେଣ୍ଟ । ମୋତେ ଲାଗୁନି ଯେ ଏହାକୁ ନେଇ ମୁଁ ବିବ୍ରତ ହେବି କିମ୍ବା ସଲମାନ ଏବଂ ସଂଜୟ ସାର ବିବ୍ରତ ହେବେ । ମୋ ମତରେ ଭଂସାଲୀ ସାର ଜଣେ ଭଳ ଫିଲ୍ମମେକର । ସେ ଅନେକ ଭଲ ଫିଲ୍ମ ଦେଇଛନ୍ତି । ସେ ଏପରି ଜଣେ ବ୍ୟକ୍ତି ଯାହାଙ୍କୁ ସମସ୍ତେ ପରନ୍ଦ କରନ୍ତି । ଭଂସାଲୀ ସାରଙ୍କ ଉପରେ ଆମେ ଭରସା କରିବା କଥା ଏବଂ ତାଙ୍କ ଭିଜନ ଉପରେ ।’

ଅନ୍ୟ ପକ୍ଷରେ ଆଲିଆଙ୍କ ଆଗାମୀ ଫିଲ୍ମ ‘କଳଙ୍କ’ ଏପ୍ରିଲ ୧୭ରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଆଲିଆଙ୍କ ବ୍ୟତିତ ବରୁଣ ଧୱନ, ଆଦିତ୍ୟ ରୟ କପୁର, ସୋନାକ୍ଷୀ ସିହ୍ନା, ସଂଜୟ ଦତ୍ତ ଏବଂ ମାଧୁରୀ ଦିକ୍ଷୀତଙ୍କ ପରି କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More