ଫିଲ୍ମମେକର କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘କଳଙ୍କ’ର ଚତୁର୍ଥ ଗୀତ ‘ତବାହ ହୋ ଗୟେ’ ନିକଟରେ ରିଲିଜ ହୋଇଛି । ଫିଲ୍ମର ଏହି ଗୀତରେ ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷୀତଙ୍କ ଡ୍ୟାନ୍ସର ଯାଦୁ ଦେଖିବାକୁ ମିଳିଛି । ଯେବେ ଠାରୁ କଳଙ୍କର ଗୀତ ରିଲିଜ ହୋଇଛି ସେବେଠୁ ଲୋକେ ମାଧୁରୀଙ୍କ ଡ୍ୟାନ୍ସ ଗୀତକୁ ଅପେକ୍ଷା କରି ରହିଥିଲେ ।
ଗୀତକୁ ଜି ମ୍ୟୁଜିକର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ କିଛି ସମୟ ପୂର୍ବରୁ ରିଲିଜ କରାଯାଇଛି । ଏପରି କି ଗୀତ ରିଲିଜ ହେବା ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି । ଗୀତରେ ମାଧୁରୀ କେଶରୀ ରଙ୍ଗର ଲେହେଙ୍ଗାରେ ନଜର ଆସିଛନ୍ତି । ଗୀତରେ ମାଧୁରୀଙ୍କ ଡ୍ୟାନ୍ସ ଏବଂ ଏକ୍ସପ୍ରେସନ ଜଲୱା ପୁଣିଥରେ ପରଦାରେ ଦେଖିବାକୁ ମିଳିଛି ।
ଦେଖନ୍ତୁ ଗୀତ-
ଗୀତଟି ରିଲିଜ ହେବା ପରେ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି । ମାଧୁରୀଙ୍କ ଗୀତକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ ଏକ୍ସାଇଟମେଣ୍ଟ ରହିଥିବା ବେଳେ ସୋସିଆଲ ମିଡିଆରେ ଗୀକୁ ନେଇ ପ୍ରତିକ୍ରିୟା ଆସିବାରେ ଲାଗିଛି । ଫ୍ୟାନ୍ସଙ୍କ ମାଧୁରୀଙ୍କ ଡ୍ୟାନ୍ସ ତ ପସନ୍ଦ ଆସିଛି କିନ୍ତୁ ଗୀତର ମ୍ୟୁଜିକ ଏବଂ ଲିରିକ୍ସ ପସନ୍ଦ ଆସିନାହିଁ ।
ଏହା ପୂର୍ବରୁ ଫିଲ୍ମର ୩ଟି ଗୀତ ଏବଂ ଟ୍ରେଲର ରିଲିଜ କରାଯାଇଛି ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଧର୍ମା ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ବର୍ମନ । ମାଧୁରୀ ଦିକ୍ଷିତଙ୍କ ବ୍ୟତିତ ଆଲିଆ ଭଟ୍ଟ, ବରୁଣ ଧୱନ, ଆଦିତ୍ୟ ରୟ କପୁର, ସୋନାକ୍ଷୀ ସିହ୍ନା, ସଂଜୟ ଦତ୍ତ ଙ୍କ ପରି କଳାକାର ନଜର ଆସିବେ । ଫିଲ୍ମ ୧୭ ଏପ୍ରିଲରେ ରିଲିଜ ହେବ ।