Only for Entertainment

ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ଏବେ ଏହି ମହିଳାଙ୍କ ବାୟୋପିକରେ ଆସିବେ ନଜର !

DNA India
46

ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଖବର ମୁତାବକ ଆଲିୟା ଖୁବ ଶୀଘ୍ର ଏକ ବଡ ଫିଲ୍ମରେ ନଜର ଆସିବେ । ରିପୋର୍ଟ ମୁତାବକ ଆଲିୟା ମଧ୍ୟ ଏବେ ଏକ ବାୟୋପିକରେ କାମ କରୁଥିବାର ନଜର ଆସିବେ । ଏହି ବାୟୋପିକ ଅରୁଣିମା ସିନ୍ହାଙ୍କ ଉପରେ ପ୍ରସ୍ତୁତ ହେବାକୁ ଯାଉଛି ଯିଏ କି ମାଉଂଟ ଏଭରେଷ୍ଟରେ ଚଢିଥିବା ପ୍ରଥମ ଦିବ୍ୟାଙ୍ଗ ମହିଳା ଅଟନ୍ତି ।

 

ମିଳିଥିବା ରିପୋର୍ଟ ମୁତାବକ ଏହି ଫିଲ୍ମ ‘ବର୍ଣ୍ଣ ଅଗେନ ଅନ ଦ ମାଉଂଟେନ: ଏ ଷ୍ଟୋରୀ ଅଫ ଲୁଜିଂ ଏଭରିଥିଂ ଆଣ୍ଡ ଫାଇଣ୍ଡିଂ ବ୍ୟାକ’ ନାମକ ଏକ ବହି ଉପରେ ଆଧାରିତ । ଶୁଣିବାକୁ ମିଳିଛି ଯେ ଆଲିୟା ଏହି ଫିଲ୍ମରେ ଅଭିନୟ କରିବା ପାଇଁ ନିଜ ସହମତି ଦେଇ ସାରିଛନ୍ତି । ଏହି ଫିଲ୍ମ କରଣ ଜୋହର ଏବଂ ବିବେକ ରଂଗାଚାରୀ ପ୍ରଡ୍ୟୁସ କରିବେ । ଫିଲ୍ମରେ ଅରୁଣିମାଙ୍କ ଭୂମିକା ତୁଲାଇବା ପାଇଁ ଆଲିୟାଙ୍କୁ ନିଜର ଓଜନ ବଢାଇବା ପାଇଁ ମଧ୍ୟ କୁହାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More