Only for Entertainment

ଆଲିୟାଙ୍କୁ ରଣବୀରଙ୍କ ପ୍ରେମ ଜର, ଅଜାଣତରେ କରିପକାଇଲେ ଏଭଳି ଭୂଲ !

57

ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ କିଛି ଦିନ ହେବ କଳଙ୍କ ଫିଲ୍ମ ପ୍ରମୋସନକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । ଏହାସହ ରଣବୀର କପୂରଙ୍କ ସହ ନିଜ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ଆଲିୟା ନିଜ ବ୍ୟସ୍ତ ସିଡ୍ୟୁଲରେ ମଧ୍ୟ ରଣବୀରଙ୍କୁ କେତେ ମନେ ପକାଉଛନ୍ତି ଯାହାର ପ୍ରମାଣ ଆଲିୟା ଭଟ୍ଟ ଭୂଲବଶତଃ ଦେଇ ଦେଇଛନ୍ତି । ସୋସିଆଲ ମିଡିଆରେ ଆଲିୟାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଅସଲରେ ଆଲିୟା ନିଜ ଫିଲ୍ମ କଳଙ୍କର ପୁରା ଷ୍ଟାର କାଷ୍ଟଙ୍କ ସହ ଏକ ଶୋ’ରେ ଯାଇଥିଲା । ଶୋ’ରେ ବରୁଣ ଧୱନ ଏବଂ ଆଲିୟାଙ୍କ ବସିଥିଲେ । ସେହିସମୟରେ ଆଲିୟାଙ୍କ ଚୁଟି କୁ ଧରି ହଇରାଣ କରୁଥିଲେ ବରୁଣ । କିନ୍ତୁ ଏହା ମଧ୍ୟରେ ବରୁଣଙ୍କୁ ମନା କରିବା ଜାଗାରେ ଆଲିୟା ରଣବୀରଙ୍କ ନାଁ ନେଇଯାଇଥିଲେ । ସେଠାରେ ବସିଥିବା ସବୁ ଷ୍ଟାର କାଷ୍ଟ ହସିବା ଆରମ୍ଭ କରିଥିଲେ । ଏହା ଦେଖି ଲାଜରେ ଆଲିୟା ଲାଜରେ ମୁହଁ ତଳକୁ ନୂଆଇ ଦେଇଥିଲେ ।

 

View this post on Instagram

 

??

A post shared by instabollywoodfc (@lnstabollywoodfc) on

ଏଠାରେ ଆମେ କହି ରଖୁଛୁ ଯେ ଆଲିୟା-ରଣବୀରଙ୍କ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚା ଚାଲିଛି , ଏପରିକି ଖୁବ ଶୀଘ୍ର ବିବାହ କରିବେ ବୋଲି ଶୁଣିବାକୁ ମିଳିଥିଲା । ନିକଟରେ ଦୁଇ ଷ୍ଟାର ସୁଟିଂରେ ବ୍ୟସ୍ତ ଅଛନ୍ତି । ଆଲିୟାଙ୍କ ଫିଲ୍ମ କଳଙ୍କ ୧୭ଅପ୍ରେଲରେ ରିଲିଜ ହେବ । ଏହାପରେ ସଳମାନ ଖାନ ଏବଂ ସଂଜୟ ଲୀଲା ଭଂସାଲୀଙ୍କ ସହ ପ୍ରଥମ ଥର ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଆଲିୟା କଳଙ୍କ ପ୍ରମୋସନରୁ ଫ୍ରି ହେବା ପରେ ସଡକ ୨ ପାଇଁ ବ୍ୟସ୍ତ ହେବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More