Only for Entertainment

ମାଧୁରୀ ଦୀକ୍ଷିତଙ୍କୁ ଟକ୍କର ଦେବା ପାଇଁ କଥକ ଶିଖୁଛନ୍ତି ଆଲିଆ ଭଟ୍ଟ ।

Firstpost
0 31

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ସିଲଭର ସ୍କ୍ରିନରେ ମାଧୁରୀ ଦୀକ୍ଷିତଙ୍କୁ ଟକ୍କର ଦେବା ପାଇଁ ଏବେ କଥକ ଶିଖୁଛନ୍ତି । ଆପଣଙ୍କୁ ତ ଆମେ ପୂର୍ବରୁ ସୂଚନା ଦେଇଥିଲୁ ଫିଲ୍ମ ନିର୍ମାତା କରଣ ଜୋହର ଫିଲ୍ମ ‘କଳଙ୍କ’ ନିର୍ମାଣ କରୁଛନ୍ତି । ଫିଲ୍ମର ସୁଟିଂ ଏବେ ଆରମ୍ଭ ହୋଇସାରିଛି । ଫିଲ୍ମରେ ମାଧୁରୀ ଦୀକ୍ଷିତ, ଆଲିଆ ଭଟ୍ଟ, ବରୁଣ ଧାୱନଙ୍କ ପରି କଳାକାର ନଜର ଆସିବେ ।

ଏହି ଫିଲ୍ମରେ ଆଲିଆ ଏବଂ ମାଧୁରୀ ଦୀକ୍ଷିତଙ୍କୁ ଟକ୍କର ଦେବା ପାଇଁ କଥକ ଟ୍ରେନିଂ ନେଉଛନ୍ତି । ରିପୋର୍ଟ ଅନୁସାରେ ଫିଲ୍ମରେ ଆଲିଆ ଏବଂ ମାଧୁରୀଙ୍କର ଏକ ଡ୍ୟାନ୍ସ ସୁଟ ରହିଛି । ଏହି ସୁଟକୁ ପରଫେକ୍ଟ କରିବା ପାଇଁ ପୁରା ଟିମ ଲାଗିପଡିଛନ୍ତି । ଏହା ଏକ କ୍ଲାସିକାଲ ଗୀତ । ଏହି ଗୀତରେ ପୁରୁଣା ସମୟର ଝଲକ ଦେଖିବାକୁ ମିଳିବ ।

madhuri-alia-varun-759

ତେବେ ମାଧୁରୀଙ୍କୁ କଡା ଟକ୍କର ଦେବା ପାଇଁ ଆଲିଆଙ୍କୁ ଖୁବ ପରିଶ୍ରମ କରିବାକୁ ପଡିବ । ସେଥିପାଇଁ ସେ ଏବେ ଠାରୁ କଥକରେ ଟ୍ରେନିଂ ନେବା ଆରମ୍ଭ କରିଦେଇଛନ୍ତି । ଆଲିଆ ଏହା ପୂର୍ବରୁ ଏହି ଡ୍ୟାନ୍ସ ଫର୍ମ କରିନାହାଁନ୍ତି । ଚରିତ୍ର ପାଇଁ ଏହା ଖୁବ ଆବଶ୍ୟକ ସେଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଦେଖାଯାଉ ତାଙ୍କର ଏହି ପରିଶ୍ରମ ରଙ୍ଗ ଆଣୁଛି କି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More