Only for Entertainment

ଏହି କଥାକୁ ନେଇ ଜୟା ବଚ୍ଚନଙ୍କ ଉପରେ ବର୍ଷିଲେ ଅମର ସିଂ, କହିଲେ ଆପଣଙ୍କ ପତିକୁ କୁହନ୍ତୁ ଜୁମ୍ମା-ଚୁମ୍ମା ନକରନ୍ତୁ

latestly
112

ରାଜ୍ୟସଭା ସଦସ୍ୟ ଅମର ସିଂ, ଅଭିନେତ୍ରୀ ତଥା ନେତ୍ରୀ ଜୟା ବଚ୍ଚନ ଏବଂ ତାଙ୍କ ପୂରା ପରିବାରକୁ କଟାକ୍ଷ କରି ସୋସିଆଲ ମିଡିଆରେ ଅକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଅମର ସିଂ, ଜୟା ବଚ୍ଚନଙ୍କୁ ଉପଦେଶ ଦେଇ କହୁଛନ୍ତି ଜୟା ବଚ୍ଚନ ତାଙ୍କ ପତି ଅମିତାଭ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ପୁଇ ଅଭିଷେକ ବଚ୍ଚନଙ୍କୁ ଫିଲ୍ମରେ ବୋଲ୍ଡ ସିନ କରିବା ପାଇଁ ବନ୍ଦ କରିବା ଦରକାର ।

ଅମର ସିଂ ଏହି ଭିଡିଓକୁ ଫେସବୁକରେ ସେୟାର କରି ଜୟା ବଚ୍ଚନଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, ‘ଘରର ମହିଳା ଭାବେ ଆପଣ ସଂସଦରେ ଭାଷଣ ଦେଉଛନ୍ତି କିନ୍ତୁ ଏବେ ମୁକ ବଧିର ହୋଇଯାଇଛନ୍ତି କି ? ପ୍ରଥମେ ଆପଣ ନିଜ ଘରେ ସୁଧାର ଆଣନ୍ତୁ । ସମାଜରେ ଯେଉଁ ବିକୃତ ମାନସିକତା ରହିଛି ସେଥିପାଇଁ ଫିଲ୍ମ ଦୁନିଆର ମଧ୍ୟ ଭୂମିକା ରହିଛି । ଦିଲୀପ କୁମାର, ବିମଲ ରାୟ ନିଜ ଆଖିରେ ହିଁ ଭଲ ପାଇବାକୁ ବ୍ୟକ୍ତ କରୁଥିଲେ ତାଙ୍କୁ ଲିପଟ ଜାୟଇୟୋର ଆବଶ୍ୟକତା ପଡୁନଥିଲା । ’

ଅମର ସିଂଙ୍କ ଏହି ଭିଡିଓ ଦେଖିବା ପରେ ଲୋକଙ୍କ କମେଣ୍ଟ ଆସିବାରେ ଲାଗିଛି । କିଛି ଲୋକ ତାଙ୍କୁ ସହେଯାଗ କରୁଥିବା ବେଳେ ଅନ୍ୟ କେତକ ତାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More