Only for Entertainment

ଭିକି କୌଶଲ ହର୍ଲିନ୍ ସେଟ୍ଟିଙ୍କ ଭିତରେ ବ୍ରେକ୍ ଅପ୍ : ଆଗରୁ ଜଣଙ୍କୁ ଡେଟ୍ କରୁଥିଲି ହେଲେ ଏବେ ସେ ସିଙ୍ଗଲ୍ ଅଛି କହିଲେ ଭିକ୍କି !

42

ବଲିଉଡ୍ ଅଭିନେତା ଭିକି କୌଶଲ୍ ଓ ତାଙ୍କ ବାନ୍ଧବି ହର୍ଲିନ୍ ସେଟ୍ଟିଙ୍କ ଭିତରେ ବ୍ରେକ୍ ଅପ୍ ହୋଇଥିବା ଏବେ ଚର୍ଚ୍ଚା ହେଉଛି । ହର୍ଲିନ୍, ଭିକିଙ୍କୁ ସୋସିଆଲ ମିଡିଆରେ ଅନଫଲୋ କରିଛନ୍ତି । ଆଉ ଦୁହିଁଙ୍କ ବ୍ରେକ ଅପ କାରଣ ଅଭିନେତ୍ରୀ କ୍ୟାଟ୍ରିନା କୈଫ ବୋଲି ଚର୍ଚ୍ଚା ହେଉଛି । ନିକଟରେ ୟୁଟ୍ୟୁବରେ ଏକ ରିଆଲିଟି ଶୋ’ରେ କ୍ୟାଟ୍ରିନା ଏବଂ ଭିକ୍କି ଏକାଠି ନଜର ଆସିଥିଲେ ଏବଂ ସେଠାରୁ ଦୁହିଁଙ୍କ ଘନିଷ୍ଠତା ବଢିବାକୁ ଲାଗିଥିଲା । କ୍ୟାଟ୍ରିନାଙ୍କ ସହ ଭିକିଙ୍କ ଘନିଷ୍ଠତା ପାଇଁ ହର୍ଲିନଙ୍କ ସହ ତାଙ୍କ ବ୍ରେକ୍ ଅପ୍ ହୋଇଛି । ଆଉ ଏହି ଖବରକୁ ପକ୍କା କରିଛି ଭିକିଙ୍କ ସିଙ୍ଗିଲ୍ ଟ୍ୟାକ୍ । ନିକଟରେ ଏକ ଇଂଟରଭ୍ୟୁରେ ଭିକି ସ୍ୱିକାର କରିଛନ୍ତି ଯେ, ସେ ଆଗରୁ ଜଣଙ୍କୁ ଡେଟ୍ କରୁଥିଲେ ହେଲେ ଏବେ ସେ ସିଙ୍ଗଲ୍ ଅଛନ୍ତି ।

ବଲିଉଡ୍ ଅଭିନେତା ବିକି କୌଶଲ୍ ମାତ୍ର କିଛି ଫିଲ୍ମ ଜରିଆରେ ଇଣ୍ଡଷ୍ଟ୍ରୀରେ ନିଜର ସ୍ୱତନ୍ତ୍ର ପରିଚୟ ବନାଇ ପାରିଛନ୍ତି । ଚଳଚ୍ଚିତ୍ର ଉରିରେ ନିଜ ଆକର୍ଷଣୀୟ ଅଭିନୟ ପରଷିି ଏବେ ସେ ଇଣ୍ଡଷ୍ଟ୍ରୀର ଆଗ ଧାଡିର ନାୟକ ହୋଇ ପାରିଛନ୍ତି । ଆଉ ତାଙ୍କୁ ନିଜ ଫିଲ୍ମରେ ନେବା ପାଇଁ ଇଣ୍ଡଷ୍ଟ୍ରୀର ସବୁ ବଡ ବଡ ନିର୍ଦ୍ଦେଶକ ମାନେ ଚାହିଁ ବସିଛନ୍ତି ।

କିଛି ସପ୍ତାହ ପୂର୍ବରୁ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ‘ଉରୀ : ଦ ସର୍ଜିକାଲ ଷ୍ଟ୍ରାଇକ୍‌’ରେ ତାଙ୍କର ଚମତ୍କାର ଅଭିନୟ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଆଣି ଦେଇଥିଲା । ଫିଲ୍ମ ରିଲିଜ୍‌ ପରେ ପରେ ତାଙ୍କ ନାଁ ଏବେ ବଡ଼ ବଡ଼ କଳାକାରମାନଙ୍କ ସୂଚୀରେ ସାମିଲ ହୋଇଥିବା ବେଳେ ଗୋଟେ ପରେ ଗୋଟେ ଫିଲ୍ମର ବଡ଼ ଅଫର ତାଙ୍କୁ ମିଳୁଥିବା ଦେଖା ଯାଇଛି ।

 

View this post on Instagram

 

High Sir! #URI

A post shared by Harleen Sethi (@itsharleensethi) on


ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଆଗାମୀ ଫିଲ୍ମ ତଖ୍ତରେ ନଜର ଆସିବେ ଭିକ୍କି କୌଶଲ । ତେବେ ଦେଖିବାକୁ ବାକି ରହିଲା ଏହି ଫିଲ୍ମରେ ସେ କଣ ଯାଦୁ ଦେଖାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More