Only for Entertainment

ମୃତ୍ୟୁ ପରେ ମଧ୍ୟ ସ୍ୱପ୍ନରେ ଆସୁଥିଲେ ଦିବ୍ୟା ଭାରତୀ, ଫିଲ୍ମ ଲାଡଲା ସୁଟିଂ ସେଟରେ ଘଟୁଥିଲା ଅଜବ ଘଟଣା ।

Samachar Jagat
83

୨୫ ଫେବୃୟାରୀ ୧୯୭୪କୁ ଜନ୍ମ ହୋଇଥିବା ଦିବ୍ୟା ଭାରତୀଙ୍କର ୫ ଅପ୍ରେଲ ୧୯୯୩ରେ ମୃତ୍ୟୁ ହୋଇଥିଲା । ତାହା ପୁଣି ରହସ୍ୟମୟୀ । ପ୍ରାୟ ୧୯ ବର୍ଷରେ ଆପାର୍ଟମେଂଟ ବିଲଡିଙ୍ଗରୁ ତଳକୁ ପଡ଼ି ଯାଇଥିଲେ ଦିବ୍ୟା । କେହି କେହି ଏହାକୁ ଆତ୍ମହତ୍ୟା କହୁଥିବା ବେଳେ କେହି କେହି ଏହାକୁ ହତ୍ୟା ବୋଲି କହିଥିଲେ । ତେବେ ଆଜି ମଧ୍ୟ ଦିବ୍ୟାଙ୍କ ମୃତ୍ୟୁ ରହସ୍ୟ ମଧ୍ୟରେ ରହିଯାଇଛି । ୧୯ ବର୍ଷରେ ଦିବ୍ୟା ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି କେତେକ ହିଟ ଫିଲ୍ମ । କାରଣ କେବଳ ଖୁବ ସୁନ୍ଦର ନଥିଲେ ବରଂ ଅଭିନୟ ମଧ୍ୟ ବେଶ ଭଲ କରୁଥିଲେ ।

ଗୋବିନ୍ଦାଙ୍କ ସହିତ ଆସିଥିବା ଫିଲ୍ମ ଶୋଲା ଔର ଶବନମ ସେଟରେ ସାଜିଦ ନାଡ଼ିୟାଡ଼ବାଲାଙ୍କ ସହିତ ଦିବ୍ୟାଙ୍କ ସାକ୍ଷାତ ହୋଇଥିଲା । ଏହାପରେ ଦୁଇଜଣଙ୍କୁ ପ୍ରେମରେ ପଡ଼ିଥିଲେ ଓ ୧୮ ବର୍ଷରେ ଦିବ୍ୟା ସାଜିଦଙ୍କୁ ବିବାହ କରି ନେଇଥିଲେ । କିନ୍ତୁ ଦିବ୍ୟାଙ୍କ ବାପା ଏହି ବିବାହରେ ରାଜି ନଥିଲେ । କାରଣ ସାଜିଦ ମୁସଲମାନ ଏବଂ ଦିବ୍ୟା ଥିଲେ ହିନ୍ଦୁ । ତେବେ ବିବାହର ୧ ବର୍ଷ ପରେ ଦିବ୍ୟାଙ୍କ ମୃତ୍ୟୁ ହୋଇଥିଲା । ଏକ ଇଂଟରଭ୍ୟୁରେ ଦିବ୍ୟାଙ୍କ ମା କହିଥିଲେ ଯେ ଦିବ୍ୟା ମୃତ୍ୟୁର ରାତିରେ ରମ ପିଇଥିଲେ, ସେ ଡ୍ରଗ୍ସ ନେଉନଥିଲେ ।

ଦିବ୍ୟାଙ୍କ ମୃତ୍ୟୁ ପରେ କେତେକ ଅଜବ ଘଟଣା ସାମ୍ନାକୁ ଆସିଲା । ଦିବ୍ୟାଙ୍କ ମା କହିଥିଲେଯେ ସ୍ୱପ୍ନରେ ଆସି ଦିବ୍ୟା ତାଙ୍କ ଉଠାଉଥିଲେ । ଯେଉଁଦିନ ତାଙ୍କୁ ଶୀଘ୍ର ଉଠିବାର ଥାଏ ସେଦିନ ଏହିଭଳି ଘଟଣା ଘଟିଥାଏ । କେବଳ ସେତିକି ନୁହେଁ ଦିବ୍ୟା ସାଜିଦଙ୍କ ଦ୍ୱିତୀୟ ପତ୍ନୀଙ୍କ ସ୍ୱପ୍ନରେ ମଧ୍ୟ ଆସୁଥିଲେ ।

ବାସ୍ତବରେ ସାମ୍ବାଦିକା ବର୍ଦ୍ଧା ଖାନ ଭାରତୀଙ୍କ ମୃତ୍ୟୁ ଉପରେ ଷ୍ଟୋରୀ କରୁଥିଲେ । ଏହି କାରଣରୁ ସେ ସାଜିଦଙ୍କୁ ସାକ୍ଷାତ କରୁଥିଲେ । ଏହାପରେ ଦୁଇଜଣଙ୍କୁ ପ୍ରେମ ହୋଇ ଯାଇଥିଲା । ଏହାପରେ ବିବାହ । ୨୦୦୪ରେ ନିର୍ମାଣ କରିଥିବା ପ୍ରତ୍ୟେକ ଫିଲ୍ମକୁ ଦିବ୍ୟାଙ୍କୁ ଉତ୍ସର୍ଗ କରିଥିଲେ ସାଜିଦ ।

ମୃତ୍ୟୁ ପରେ ଦିବ୍ୟାଙ୍କ ଦୁଇଟି ଫିଲ୍ମ ରିଲିଜ ହେଲା । ସେହି ସମୟରେ ଦିବ୍ୟା ଅନିଲ କପୁରଙ୍କ ସହିତ ଫିଲ୍ମ ଲାଡଲାର ୮୦ ପ୍ରତିଶତ ସୁଟିଂ ଶେଷ କରି ଦେଇଥିଲେ । ପରେ ତାଙ୍କସ୍ଥାନରେ ଶ୍ରୀଦେବୀଙ୍କୁ ନିଆଗଲା । ରିପୋର୍ଟ ଅନୁସାରେ ସୁଟିଂ ସମୟରେ ଅଜବ ଘଟଣା ଘଟୁଥିଲା । ରବିନା ଟଣ୍ଡନ କହିଥିଲେଯେ ଅଫିସର ଏକ ଦୃଶ୍ୟରେ ଯେଉଁ ଡାଏଲଗରେ ଦିବ୍ୟା ବାରମ୍ବାର ଅଟକୁଥିଲେ ଶ୍ରୀଦେବୀ ମଧ୍ୟ ସେହି ସ୍ଥାନରେ ବାରମ୍ବାର ଅଟକିଲେ । ପରିସ୍ଥିତି ସଂପୂର୍ଣ୍ଣ ଏକା ଭଳି ଥିଲା । ଏହି ଘଟଣା ପରେ ସୁଟିଂର ସମଗ୍ର ଟିମ ଡରି ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More