Only for Entertainment

ବାଲ ଠାକରେଙ୍କ ଗ୍ୟାଲେରୀ ଉଦଘାଟନ କରିବାକୁ ପହଂଚିଲେ ବିଗ ବି, ବୋହୂ ସ୍ମିତାଙ୍କ ସହ ଗପଶପ କରୁଥିବାର ଆସିଲେ ନଜର !

25

୨୧ମେ’ରେ ହେବାକୁ ଥିବା ‘ବିଶ୍ୱ ସାଂସ୍କୃତିକ ଦିବସ’ ପୁର୍ବରୁ ଫିଲ୍ମ ନିର୍ମାତା ଏବଂ ବାଲ ଠାକରେଙ୍କ ବୋହୂ ସ୍ମିିତା ଠାକେରଙ୍କ ସଂସ୍ଥା ‘ମୁକ୍ତି କଲଚରଲ ହବ’ତରଫରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଇଭେଂଟରେ ବଲିଉଡ ମହାନାୟକ ଅମିତାଭ ବଚ୍ଚନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଗ ବି ବାଲ ଠାକରେଙ୍କ ଗ୍ୟାଲେରୀ ମଧ୍ୟ ଉଦଘାଟନ କରିଥିଲେ ।

ଇଭେଂଟରେ ପହଂଚି ସ୍ମିତା ଠାକରେ ତିଲକ ଲଗାଇ ଅମିତାଭ ବଚ୍ଚନଙ୍କ ସ୍ୱାଗତ କରିଥିଲେ । ତିଲକ ଲଗାଯିବା ପରେ ଅମିତାଭ ହାତ ଯୋଡି ଛିଡା ହୋଇଥିବାର ନଜର ଆସିଥିଲେ ।

ମୁକ୍ତି କଲଚରଲ ହବ’ ଅଫିସରେ ଶିବସେନା ସଂସ୍ଥାପକ ବାଲା ସାହେବ ଠାକରେଙ୍କ ଫଟୋ ମଧ୍ୟ ନଜର ଆସିଥିଲା ।
ଏଠାରେ ଆମେ କହି ରଖୁଛୁ ଯେ ଠାକରେଙ୍କ ପୁଅ ଜୟଦେବ ଠାକରେଙ୍କ ପତ୍ନୀ ଅଟନ୍ତି ସ୍ମିତା ଠାକରେ । ଇଭେଂଟରେ ଅମିତାଭ ବଚ୍ଚନ ଏବଂ ସ୍ମିତାଙ୍କ ମଧ୍ୟରେ କଥାବର୍ତ୍ତା ଚାଲିଥିଲା ଏବଂ ଦୁହିଁ ହସଥଟ୍ଟା କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ସ୍ମିତା ଏହା ପୂର୍ବରୁ ମଧ୍ୟ ଅନେକ ଇଭେଂଟରେ ବିଗ ବିଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରିସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More