ବିଜ୍ଞାପନକୁ ନେଇ ବିବାଦରେ ବିଗ ବି ଅମିତାଭ ବଚ୍ଚନ! ଦିଲ୍ଳୀ ବାର କାଉନସିଲ ପଠାଇଲା ନେଟିସ ।
ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କୁ ଦିଲ୍ଳୀ ବାର କାଉନସିଲ ପକ୍ଷରୁ ଏକ ନୋଟିସ ପଠାଯାଇଛି । ଏକ ବିଜ୍ଞାପନରେ ଓକିଲ ମାନଙ୍କ ପୋଷାକ ପିନ୍ଧିଥିବାକୁ ଅମିତାଭ ବଚ୍ଚନଙ୍କୁ ଏହି ନୋଟିସ ପଠାଇଛି ବାର କାଉନସିଲ । ବୁଧବାର ଦିନ ଦିଲ୍ଲୀ ବାର କାଉନସିଲ, ଅଭିନେତା ଅମିତାଭ ବଚ୍ଚନ, ମସଲା କମ୍ପାନୀ, ୟ୍ୟୁଟ୍ୟୁବ ଏବଂ ଏକ ମିଡିଆ ବିରୋଧରେ ବିଜ୍ଞାପନରେ ଓକିଲ ମାନଙ୍କ ପୋଷାକର ବ୍ୟବହାର କରାଯାଇଥିବାରୁ ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦେଇଛନ୍ତି ।
ଆଉ ମଧ୍ୟ କହିଛନ୍ତି ଯେ ଏହା କାନୁନର ଗରିମାକୁ କମଜୋର ନଷ୍ଟ କରୁଛି । ନୋଟିସରେ ଉଲ୍ଲେଖ ରହିଛି ଯେ ଏପରି ବିଜ୍ଞାପନଙ୍କୁ ତ୍ୁରନ୍ତ ଅଟକାଇବା ସହ ସେମାନଙ୍କୁ ଦିଲ୍ଲୀ ବାର କାଉସନିଲ, ବାର କାଉନସିଲ ଅଫ ଇଣ୍ଡିଆ, ଏବଂ ରାଜ୍ୟର ବାହାର କାଉନସିଲ ମାନଙ୍କୁ ଏକ ଶପଥ ପତ୍ର ପଠାଇବାକୁ ପଡିବା ଯାହାଫଳରେ ଆଗକୁ ଆଉ କୌଣସି ବିଜ୍ଞାପନରେ ଯେମିତି ଓକିଲ ମାନଙ୍କର ପୋଷାକ କିଏ ବି ବ୍ୟବହାର କରିବେ ନାର୍ହି । ନୋଟିସ ମିଳିବାର ୧୦ ଦିନ ଭିତରେ ଏହି ଶପଥ ପତ୍ର ଯଦି ନ ଦିଆଯାଏ ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଫା ସଫା କହିଛି ଦିଲ୍ଲୀ ବାର କାଉନସିଲ ।
ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତାନରେ ନଜର ଆସିବେ । ଏହି ଫିଲ୍ମରେ ସେ ପ୍ରଥମଥର ପାଇଁ ବଲିଉଡ ପରଫେକ୍ସନିଷ୍ଟ ଆମିର ଖାନଙ୍କ ସହିତ ନଜର ଆସିବେ । ଫିଲ୍ମରେ ଅମିତାଭ ଏବଂ ଆମିରଙ୍କ ବ୍ୟତିତ କ୍ୟାଟ୍ରିନା କୈଫ ଏବଂ ଫାତିମା ସନା ଶେଖ ମ ଧ୍ୟ ନଜର ଆସିବେ । ଫିଲ୍ମ ୮ ନଭେମ୍ବରରେ ରିଲିଜ ହେବ ।