Only for Entertainment

ଚକ୍ଷୁ ସମସ୍ୟାକୁ ନେଇ ଭାବବିହ୍ୱଳ ହୋଇପଡିଲେ ବିଗ ବି, ସୋସିଆଲ ମିଡିଆରେ ସେୟାର କଲେ ଇମୋସନାଲ ପୋଷ୍ଟ

Oneindia Hindi
28

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ ରହିବା ସହିତ ଫେସ୍‌ବୁକ୍‌ରେ ବି ନିଜ ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ ଅନେକ କଥା ସେୟାର କରି ଥାଆନ୍ତି। କିଛିଦିନ ତଳେ ଅମିତାଭ ଏକ ବ୍ଲଗ୍‌ ଲେଖି କହିଥିଲେ, ‘ତାଙ୍କୁ ଏବେ ଅବସର ନେଇଯିବା ଆବଶ୍ୟକ। କାରଣ ତାଙ୍କ ଶରୀର ଏବେ କାମ କରିବା ପାଇଁ ଅନୁମତି ଦେଉନାହିଁ। ମସ୍ତିଷ୍କ ଯାହା କହୁଛି ଆଙ୍ଗୁଳି ତାହାକୁ ଲେଖୁ ନାହିଁ। ଯଦି ଆଙ୍ଗୁଳି ମସ୍ତିଷ୍କର ପରାମର୍ଶରେ ନ ଚାଲେ ତେବେ ବୁଝି ରଖିବା ଉଚିତ ଆପଣଙ୍କ ଅବସର ସମୟ ଆସିଗଲାଣି । ’

କିଛିଦିନ ତଳେ ଅମିତାଭଙ୍କ ଆଖିରେ କିଛି ଅସୁବିଧା ପରିଲକ୍ଷିତ ହୋଇଥିଲା। ଏହାର ଚିକିତ୍ସା ପାଇଁ ସେ ଡାକ୍ତରଖାନା ବି ଯାଇଥିଲେ। ଡାକ୍ତରଙ୍କୁ ଭେଟି ପରାମର୍ଶ ନେବା ପରେ ଫେସ୍‌ବୁକ୍‌ରେ ଅମିତାଭ ଏକ ଭାବପ୍ରବଣ ଲେଖା ଲେଖିଛନ୍ତି। ଅମିତାଭ ଲେଖିଛନ୍ତି, ‘ମୋର ବାମ ଆଖି ଡେଇଁବାକୁ ଲାଗିଥିଲା। ମୁଁ ପିଲାଦିନେ ଶୁଣିଥିଲି ଡାହାଣ ଆଖି ଡେଇଁଲେ କିଛି ଅଶୁଭ ହୋଇଥାଏ। ଏହାପରେ ମୁଁ ଡାକ୍ତରଙ୍କ ପାଖକୁ ଯାଇଥିଲି। ସେଠାରେ ଡାକ୍ତର ମୋର ଆଖିରେ ଏକ କଳାଦାଗ ହୋଇଥିବା ଦେଖିବାକୁ ପାଇଥିଲେ। ଏହାକୁ ଦେଖି ଡାକ୍ତର କହିଥିଲେ କିଛି ଭୟ କରିବାର ନାହିଁ। ବୟସ ବଢ଼ିଲେ ଏଭଳି ସମସ୍ୟା ଦେଖାଯାଏ। ଏହା ଏକ ସାଧାରଣ ସମସ୍ୟା।’

ପିଲାଦିନେ କିଛି ଆଖିରେ ପଡ଼ିଲେ ମା’ ଯେମିତି ନିଜ ଶାଢ଼ି କାନି ହେଉ ଅବା କୌଣସି ସଫା କନାକୁ ମୁହଁରେ ଫୁଙ୍କି ଆଖିରେ ଦେଇ ଥାଆନ୍ତି ସେମିତି ସେକ୍‌ ଦିଅ ଠିକ୍‌ ହୋଇଯିବ। ମୋ ମା’ ତ ଏବେ ଆଉ ନାହିଁ, ବିଦ୍ୟୁତ ଦ୍ୱାରା ରୁମାଲକୁ ଗରମ କରି ସେକ ଦେଇ ଦେଉଛି। କିନ୍ତୁ ଏଥିରେ ଆତ୍ମସନ୍ତୋଷ ମିଳିଲା ନାହିଁ। କାରଣ ମା’ର ପଣତ କାନିର ସ୍ପର୍ଶ ଅଲଗା ହୋଇଥାଏ। ସେଥିରୁ ମିଳୁଥିବା ଶାନ୍ତି ଆଉ କୌଣସି ଥିରେ ମିଳେ ନାହିଁ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More