Only for Entertainment

ଅମିତାଭ ବଚ୍ଚନ ଦିଲଜୀତଙ୍କ ବିଷୟରେ କହିଲେ ଏହି ବଡ କଥା !

India
0 31

ଦିଲଜୀତ ଦୋସାଂଝା ଖୁବ ଶୀଘ୍ର ହକି ଲେଜେଣ୍ଡ ସନ୍ଦୀପ ସିଂଙ୍କ ବାୟୋପିକ ସୁରମାରେ ନଜର ଆସିବେ । ନିକଟରେ ରିଲିଜ ହୋଇଥିବା ‘ସୁରମା’ର ଟ୍ରେଲରକୁ ଦର୍ଶକଙ୍କର ଭଲ ରେସପନ୍ସ ମିଳିଛି ।

ବଲିଉଡ ଅଭିନେତା ଅମିତାଭ ବଚ୍ଚନ ନିକଟରେ ଫିଲ୍ମ ‘ସୁରମା’ର ପୁରା ଟିମ କୁ ଶୁଭକାମନା ଦେଇ କହିଛନ୍ତି ଯେ ସେ ଦଲଜୀତ ଦୋସାଂଝାଙ୍କ ବଡ ପ୍ରଶଂସକ । ଅମିତାଭ ଦିଲଜୀତଙ୍କୁ ‘ଉକ୍ରୃଷ୍ଠ ପ୍ରତିଭା’ ବୋଲି କହିଛନ୍ତି । ବିଗ ବି ମଙ୍ଗଳବାର ରାତିରେ ଫଲ୍ମ ନିର୍ଦ୍ଦେଶକ ଶାଦ ଅଲୀ ଏବଂ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ଶୁଭକାମନା ଦେଇଛନ୍ତି । ସେହିପରି ତାପସୀଙ୍କୁ ବିଗ ବି ନଜ ସହଯୋଗୀ ବୋଲି କହିଛନ୍ତି ।


କହିରଖୁଛୁ ଯେ ଶାଦ ଅଲୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ସୁରମା’ ଭାରତୀୟ ହକି ଟିମ ର ପୂର୍ବ କ୍ୟାପଟେନ ସନ୍ଦୀପ ସିଂଙ୍କ ଜୀବନ ଉପରେ ଆଧାରିତ । ଫିଲ୍ମ ୧୩ ଜୁଲାଇ ୨୦୧୮ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More