Only for Entertainment

ଅନନ୍ୟା ପାଣ୍ଡେ କଲେ ସ୍ପେଲିଂରେ ତ୍ରୁଟି, ସୋସିଆଲ ମିଡିଆରେ ହେଲେ ଟ୍ରୋଲ !

48

ଫିଲ୍ମ ଷ୍ଟୁଡେଂଟ ଅଫ ଦ ଇୟର୨’ରୁ ଡେବ୍ୟୁ କରିଥିବା ଅନନ୍ୟା ପାଣ୍ଡେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଂଟ୍ରି କରିବା ପୂର୍ବରୁ ହିଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିଲେ । କିଛି ଦିନ ହେବ ନିଜର ସ୍ପେଲିଂ ତ୍ରୁଟି କାରଣରୁ ସୋସିଆଲ ମିଡିଆରେ ଟ୍ରୋଲ ଶିକାର ହୋଇଛନ୍ତି ।

ନିକଟରେ ଅନନ୍ୟା ସୁହାନା ଖାନ ଏବଂ ଶନାୟା ଖାନଙ୍କ କିଛି ଫଟୋ ପୋଷ୍ଟ କରିଥିଲେ ଏବଂ ଦେଖୁ ଦେଖୁ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା । କିଛି ଲୋକ ଏହି ଫଟୋର ଖୁବ ପ୍ରଶଂସା କରିଛନ୍ତି ତ କିଛି ଲୋକଙ୍କ ନଜର ଏହି ଫଟୋର କ୍ୟାପଶନରେ ଅଟକି ଯାଇଛି । ଅସଲରେ ଅନନ୍ୟା Charlie’s Angels ସ୍ଥାନରେ Charlie’s Angles ଲେଖି ଦେଇଥିଲେ । ବାସ୍ ଏତିକି ହେଉଛି କାରଣ ଯେଉଁଥିପାଇ ତାଙ୍କୁ ଟ୍ରୋଲ କରିଛନ୍ତି ୟୁଜର୍ସ ।

କିଛି ସମୟ ପରେ ଅନନ୍ୟାଙ୍କୁ ଏହି ଭୂଲ ଅନୁଭବ କଲେ ଏବଂ ତ୍ରୁଟିକୁ ସଠିକ କରି ପୁଣି ପୋଷ୍ଟ କରିଥିଲେ । ଏହାପରେ ଅନନ୍ୟା ସେହି ପୋଷ୍ଟକୁ ଡିଲିଟ କରି ପୁଣି ରିଶେୟାର କରିଥିବାରୁ ଟ୍ରୋଲ ହେବାକୁ ଲାଗିଲେ ।
ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଅନନ୍ୟା ‘ପତି, ପତ୍ନୀ ଔର ୱୋ’ରିମେକରେ କାର୍ତ୍ତିକ ଏବଂ ଭୂମିଙ୍କ ସହ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More