Only for Entertainment

ପ୍ରଥମଥର ପାଇଁ ୟାମୀ ଗୌତମଙ୍କ ସହିତ ସ୍କ୍ରିନ ସେୟାର କରିବେ ବିକ୍ରାନ୍ତ ମେସୀ, ଦୁଇ ମାସ ପରେ ଆରମ୍ଭ ହେବ ଫିଲ୍ମର ସୁଟିଂ

Latestly
30

ବଲିଉଡ ଅଭିନେତ୍ରୀ ୟାମୀ ଗୌତମଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଦର୍ଶକ ୟାମୀଙ୍କ ଆଗାମୀ ଫିଲ୍ମ ‘ବାଲା’କୁ ଅପେକ୍ଷା କରି ରହିଥିବା ବେଳେ ଏବେ ତାଙ୍କ ହାତକୁ ଆଉ ଏକ ଫିଲ୍ମର ଅଫର ଆସିଛି । ଆଜ୍ଞା ହଁ , ୟାମୀ ଗୌତମ ଖୁବ ଶୀଘ୍ର ଫିଲ୍ମ ‘ଗିନ୍ନୀ ୱେଡସ୍ ସନ୍ନୀ’ରେ ନଜର ଆସିବେ ।

ନିକଟରେ ଜଣାଶୁଣା ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଏହି ଫିଲ୍ମକୁ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ଫିଲ୍ମରେ ୟାମୀ ଗୌତମଙ୍କ ଅପୋଜିଟରେ ଅଭିନେତା ବିକ୍ରାନ୍ତ ମେସୀ ନଜର ଆସିବେ । କହିରଖୁଛୁ ଯେ , ଦୁହେଁ ପ୍ରଥମଥର ପାଇଁ ଏହି ଫଲ୍ମରେ ସ୍କ୍ରିନ ସେୟାର କରିବେ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ପୁନୀତ ଖନ୍ନା । ପୁନୀତ ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେବେ । ଫିଲ୍ମକୁ ପ୍ରଡ୍ୟୁସ କରିବେ ବିନୋଦ ବଚ୍ଚନ । ଶୁଣିବାକୁ ମିଳୁଛି ଯେ ଏହା ଏକ ରୋମାଣ୍ଟିକ କମେଡି ଫିଲ୍ମ ଏବଂ ଏହାର ସୁଟିଂ ଚଳିତ ବର୍ଷ ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ।

ଫିଲ୍ମକୁ ନେଇ ୟାମୀ କହିଛନ୍ତି ଯେ, ସେ ଫିଲ୍ମକୁ ନେଇ ଖୁବ ଏକ୍ସାଇଟେଡ ଅଛନ୍ତି । ଏହା ସହିତ ସେ କହିଛନ୍ତି, ଫିଲ୍ମର ସ୍କ୍ରିପ୍ଟ ଖୁବ ଭଲ ହୋଇଛି । ଏହା ଦ୍ୱାରା ମୁଁ ନିଜକୁ ଆହୁରି ଏକ୍ସଫ୍ଲୋର କରିପାରିବି । ପୁନୀତଙ୍କ ସହିତ କାମ କରିବା ପାଇଁ ଉତ୍ସାହିତ । ବିକ୍ରାନ୍ତ ଜଣେ ଟ୍ୟାଲେଣ୍ଟେଡ କଳାକାର ଏବଂ ତାଙ୍କ ସହିତ କାମ କରିବା ମଜାଦାର ରହିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More