Only for Entertainment

ବିବାହ ପରେ ସୋନମଙ୍କ ଠାରେ ଦେଖା ଦେଇଛି ଏହି ବଡ ପରିବର୍ତ୍ତନ : ଅନୀଲ କପୁର

google
21

ଆନନ୍ଦ ଅହୁଜାଙ୍କ ସହ ବିବାହ କରିବା ପରେ ଲଣ୍ଡନ୍‍ ସିଫ୍ଟ ହୋଇଯାଇଥିବା ସୋନମ୍‍ କପୁରଙ୍କୁ ନେଇ ଏକ ରୋଚକ ଖବର ଜଣାପଡ଼ିଛି । ଏହି ଖବର ପାପା ଅନୀଲ କପୁର ମିଡ଼ିଆକୁ ଜଣାଇଛନ୍ତି । କଥା କ’ଣ କି, ବିବାହ ପରେ ସୋନମ୍‍ଙ୍କ ନିକଟରେ ବହୁ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି ଅନୀଲ କପୁର । ସେ ରୋଷେଇ କରୁଥିବା କହିଛନ୍ତି ଅନୀଲ କପୁର ।

ସେ କହିଛନ୍ତି ଯେ, ବିବାହ ପରେ ସୋନମ୍‍ କାମ ଯୋଗୁଁ ଭାରତ ଯିବା ଆସିବା କରିଥାନ୍ତି ଏବଂ ସମୟ ମିଳିଲେ ଲଣ୍ଡରେ ସ୍ୱାମୀ ଆନନ୍ଦଙ୍କ ସହ ସମୟ ବିତାଇଥାନ୍ତି । ଏହି ଭିତରେ ସେ ରୋଷେଇ ମଧ୍ୟ କରିବା ଶିଖି ଯାଇଛନ୍ତି । ତେବେ ଝିଅ ସୋନମ୍‍ ହାତ ରନ୍ଧା ଖାଦ୍ୟ ଏପର୍ଯ୍ୟନ୍ତ ଚାଖି ନଥିବା ବେଳେ ସେ ଭଲ ରୋଷେଇକରୁଥିବା ଅନୀଲ ମିଡ଼ିଆକୁ କହିଛନ୍ତି ।

ସୋନମ୍‍ କପୁର ଏଇ ନିକଟରେ ଫିଲ୍ମ ଜୋୟା ଫ୍ୟାକ୍ଟରରେ ନଜର ଆସିଥିଲେ । ତାଙ୍କ ଅପୋଜିଟ ଦଲକୀର ସଲମାନ ହିରୋ ଭୂମିକାରେ ନଜର ଆସିଥିଲେ । ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍‍ ହୋଇଈଥିଲା । ଏହା ପୂର୍ବରୁ ସୋନମ୍‍ ଅନୀଲ କପୁରଙ୍କ ସହିତ ଏକ ଲଡ୍‍ କୀ କୋ ଦେଖା ତୋ ଐସା ଲଗାରେ ନଜର ଆସିଥିଲେ । ଏଥିରେ ସୋନମ୍‍ ଜଣେ ସମଲିଙ୍ଗୀ ଝିଅର ଭୂମିକା ନିଭାଇଥିଲେ । ଏହି ଫିଲ୍ମଟିକୁ ମଧ୍ୟ ଖାସ୍‍ ପ୍ରତିକ୍ରିୟା ମିଳିନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More