Only for Entertainment

ପୁଣିଥରେ ପରଦାରେ ଏକାଠି ନଜର ଆସିବେ ‘ଅମ୍ଳାନ-ଶ୍ରଦ୍ଧା’, ଫିଲ୍ମ ରାଜା ସାହେବକୁ ନେଇ ଓଲିଉଡ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା !

58

ସବୁ ପ୍ଲାଟଫର୍ମରେ ରାଜାଙ୍କ ‘ରାଜା ସାହିବା’କୁ ନେଇ ଇଣ୍ଡଷ୍ଟ୍ରିରେ ଖୁବ ଚର୍ଚ୍ଚା । କାରଣ ରାଜା ଡିଙ୍କ ନିର୍ଦ୍ଦେଶନାରେ ସୁଟିଂ ଚାଲିଛି ରୁଦ୍ରାଳି ଫିଲ୍ମସ’ର ପ୍ରଥମ ଚଳଚ୍ଚିତ୍ର ‘ରାଜା ସାହିବା’ । ଯାହାର ଲିଡ୍ରେ ଷ୍ଟାର୍ ସନ୍ ଅମ୍ଳାନ ଥିବା ବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଶ୍ରଦ୍ଧା ବୋଲି ଶୁଣିବାକୁ ମିଳିଛି । ନିକଟରେ ରିଲିଜ ହୋଇଥିବା ଫ୍ରମ୍ ମି ଟୁ ୟୁ ପରେ ଅମ୍ଳାନ ଏବଂ ଶ୍ରଦ୍ଧା ଦ୍ୱିତୀୟ ଥର ପରଦାରେ ଏକାଠି ନଜର ଆସିବେ । ଏଥିରେ ବରିଷ୍ଠ ଅଭିନେତା ମିହିର ଦାସ ଏବଂ ମନୋଜ ମିଶ୍ର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଚଳଚ୍ଚିତ୍ରା ପ୍ରଯୋଜନା ଭାର ଶ୍ରୀକାନ୍ତ ଦାସ ବହନ କରୁଥିବା ବେଳେ କାର୍ଯ୍ୟନିର୍ବାହୀ ପ୍ରଯୋଜକ ଭୂମିକାରେ ରିଙ୍କୁ, ପ୍ରଡକ୍ସନ ଡିଜାଇନର ଭାବେ ଦୀପକ ଜେନା ଦାୟିତ୍ୱ ତୁଲାଇଛନ୍ତି । ତପୁ ନାୟକ ଓ କୁମାର ଶ୍ରୀ ଗୀତ ଲେଖିଛନ୍ତି । ଗୀତ ଗୁଡିକୁ ସଙ୍ଗୀତରେ ସଜାଇଛନ୍ତି ଅସଦ ନିଜାମ । ସଂଳାପ ଲେଖିଛନ୍ତି ମାନସ ପଢିଆରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More