Only for Entertainment

ଏହି ସବୁ ଜିନିଷ ଦାନ କରିବା ପୂର୍ବରୁ ଥରେ ଭାବନ୍ତୁ, ସମସ୍ୟାରେ ପଡିପାରନ୍ତି

Hindi News
42

ଶାସ୍ତ୍ର ଅନୁସାରେ ଦାନ କରିବା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । କୁହାଯାଏଯେ ଦାନ କରିବା ଦ୍ୱାରା ବ୍ୟକ୍ତିର କେତେକ ସମସ୍ୟା ଦୂର ହୋଇଥାଏ ଓ ଭଗବାନଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇ୍ଥାଏ । କିନ୍ତୁ କେବେ କେବେ ବ୍ୟକ୍ତି ଭୁଲରେ ଏଭଳି କିଛି ଦାନ କରିଥାନ୍ତି ଯାହା ଦ୍ୱାରା କ୍ଷତି ପହଂଚିଥାଏ । ଆମ ଶାସ୍ତ୍ରରେ ଏଭଳି କିଛି ଜିନିଷ ରହିଛି ଯାହାକୁ ଦାନ କରିବା ଅନୁଚିତ । ଆସନ୍ତୁ ସେ ସବୁ ବିଷୟରେ ଧ୍ୟାନ ଦେବା ।

  • ଝାଡୁକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ଭାବେ ଗ୍ରହଣ କରାଯାଏ । ଏହାକୁ ଦାନ କରିବା ଅନୁଚିତ । ଏଭଳି କରିବା ଦ୍ୱାରା ମା ରାଗି ଯାଆନ୍ତି ଏବଂ ଗୃହରେ ଧନର ଅଭାବ ଦେଖାଯାଏ ।
  • ବାସୀ ଖାଦ୍ୟ କାହାକୁ ମଧ୍ୟ ଦାନ କରିବା ଅନୁଚିତ । କାହାକୁ ବାସୀ ଖାଦ୍ୟ ଦାନ କରିବା ଦ୍ୱାରା ଘରର ଲୋକମାନେ ରୋଗାଗ୍ରସ୍ତ ହୋଇଥାନ୍ତି ।
  • ଶାସ୍ତ୍ର ଅନୁସାରେ ପ୍ଲାଷ୍ଟିକ କିମ୍ବା ଷ୍ଟିଲ ବାସନ କାହାକୁ ଦାନ କରିବା ଅନୁଚିତ । ଷ୍ଟିଲ ଦେବା ଦ୍ୱାରା ସୁଖ ଶାନ୍ତି ଦୂର ହୋଇଯାଏ ଏବଂ ପ୍ଲାଷ୍ଟିକ ଦେବା ଦ୍ୱାରା ବାଣିଜ୍ୟରେ କ୍ଷତି ପହଂଚିଥାଏ ।
  • ଶନି ଦଷା ଥିବା ବ୍ୟକ୍ତିଙ୍କ ପାଇଁ ତୈଳ ଦାନ କରିବା ଶୁଭ ହୋଇଥାଏ । କିନ୍ତୁ ତୈଳ ଖରାପ ନ ହୋଇ ଭଲ ହୋଇଥିବା ଆବଶ୍ୟକ ।
  • ଏହା ବ୍ୟତୀତ କାହାକୁ ଧାରୁଆ ଜିନିଷ ଦାନ କରିବା ଅନୁଚିତ । ଏହା ଦ୍ୱାରା ସୁଖ ଓ ଶାନ୍ତି ଦୂର ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More