Only for Entertainment

ବଲିଉଡ ଅଭିନେତା ଅନୁପମ ଖେର ନିଆରା ଢଙ୍ଗରେ କଲେ ୱାର୍କଆଉଟ, ଦେଖନ୍ତୁ ଭିଡିଓ !

63

ଅନୁପମ ଖେର ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କ ପାଇଁ ଏକ ମଜାଦାର ଭିଡିଓ ଏବଂ ଫଟୋ ଶେୟାର କରିଛନ୍ତି । ତାଙ୍କ ଜୀବନରେ କିଛି ମଜାଦାର ଘଟଣା ଘଟିଥାଏ, ସେ ଇନଷ୍ଟାଗ୍ରାମ କିମ୍ବା ଟ୍ୱିଟର ଜରିଆରେ ପ୍ରଶଂସକଙ୍କ ପାଇଁ ଶେୟାର କରି ଥାଆନ୍ତି । ଏବେ ସେ ନ୍ୟୁୟର୍କରେ ଅଛନ୍ତି । ସେଠାରେ ସେ ‘ନ୍ୟୁ ଆମଷ୍ଟର୍ଡମ’ ନାମକ ୟୂଏସ ଟିଭି ଶୋ’ ପାଇଁ ସୁଟିଂ କରୁଛନ୍ତି । ଅନୁପମ ଖେର ନ୍ୟୁୟର୍କରେ ନିଜ ଶରୀରର ମଧ୍ୟ ଖାସ ଧ୍ୟାନ ରଖୁଛନ୍ତି ଏବଂ ଜିମରେ ଖୁବ ପରିଶ୍ରମ କରୁଛନ୍ତି । ତାଙ୍କର ୱାର୍କଆଉଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅନୁପମ ଖେର ଇନଷ୍ଟାଗ୍ରାମରେ ନିଜ ୱାର୍କଆଉଟ ଭିଡିଓ ଶେୟାର କରିଛନ୍ତି । ଭିଡିଓରେ ସେ ୱେଟ୍ସ ଉଠାଉଥିବାର ନଜର ଆସିଛନ୍ତି ଏବଂ ଏହାସହ ସେ ‘ଓଁ ନମଃ ଶିବାୟ’ ଜପ କରୁଛନ୍ତି ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଅନୁପମ ଖେର ନ୍ୟୁୟର୍କରେ ନୀତୁ କପୁର ଏବଂ ଋଷି କପୂରଙ୍କ ସହ ଭେଟ କରିଛନ୍ତି । ନୀତୁ କପୂର ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଥିଲେ । ଫଟୋରେ ଜେନେଲିୟା ଡିସୁଜା ଏବଂ ରିତେଶ ଦେଶମୁଖ ମଧ୍ୟ ନଜର ଆସିଥିଲେ । ଫଟୋରେ ସମସ୍ତେ ଖୁବ ଖୁସି ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More