Only for Entertainment

ଚାଈନା ୱାଟର ପାର୍କରେ ଅଘଟଣ, ଲୋକଙ୍କ ନିକଟକୁ ମାଡି ଆସିଲା ଢେଉ,ଭାଇରାଲ ହେଉଛି ଭିଡିଓ !

165

ଚାଈନା ୟୁଲଂଗ ସୁୟୁନ ୱାଟର ପାର୍କରେ ଅଭାବନୀୟ ଘଟଣା । ଆଖି ପିଛୁଳାକେ ଲୋକଙ୍କୁ ଟାଣିନେଲା ଢେଉ ଯାହାର ସମସ୍ତ ଦୃଶ୍ୟ କ୍ୟାମେରାରେ କଏଦ ହେବା ସହ ଭାଇରାଲ ହୋଇଛି ସୋସିଆଲ ମିଡିଆରେ ।

ଭାଇରାଲ ହୋଇଥିବା ୧୦ ସେକେଣ୍ଡର ଏ ଭିଡିଓଟି ଏତେ ଭୟଙ୍କର ରହିଛି ଯେ ତାହାକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ । ଲୋକଙ୍କ ନିକଟକୁ ମାଡି ଆସିଛି ଢେଉ ତାହା ପୁଣି ଏହିୱାଟର ପାର୍କରେ । ୱାଟର ପାର୍କରେ ଲୋକମାନେ ମଉଜ କରୁଥିବା ବେଳେ ହଠାତ ସେମାନଙ୍କ ସହ ଘଟିଯାଇଥିଲା ଏମିତି ଏକ ଅଘଟଣ ଯାହା ସମସ୍ତଙ୍କୁ ଚକିତ କରିଥିଲା । ଯାନ୍ତ୍ରୀକ ତ୍ରୁଟି କାରଣରୁ ୱାଟର ପାର୍କରେ ଏଭଳି ପରିସ୍ଥିତି ଉପୁଜିଥିଲା ବୋଲି ଖବର ପ୍ରକାଶ କରିଛି ଚାଇନା ମିଡିଆ ।

ତେବେ ମେସିନ ଠିକ ଭାବରେ କାମ ନ କରିବାରୁ କଂଟ୍ରୋଲ ରୁମ ଭିତରୁ ଠିକ ସମୟରେ ପାଣିକୁ ଆୟତ କରିପାରିନଥିଲେ କର୍ମଚାରୀ ଏବଂ ଖୁବ ଜୋରରେ ପାଣି ଭୟଙ୍କର ଢେଡର ରୂପ ନେବା ସହିତ ଲୋକ ମାନଙ୍କ ନିକଟକୁ ଯାଇଥିଲା ଏବଂ ସମସ୍ତଙ୍କୁ ଧୋଇ ନେବା ସହିତ ଟାଣି ଫୋପାଡିଥିଲା । ପାଣି ପାଖକୁ ଆସିଥିବା ଦେଖିବା ମାତ୍ରେ ଜୋରରେ ପାଟି କରିବା ଆରମ୍ଭ କରୁଥିଲେ ସମସ୍ତେ ଏବଂ କିଛି ଜଣ ପାଣି ସହ ହିଁ ବାହାରେ ଫୋପାଡି ହୋଇଯାଇଥିଲେ । ଏତେ ଭୟଙ୍କର ଭାବେ ଢେଉ ଟି ମାଡି ଆସୁଥିଲା ଯେ ପ୍ରାଣ ବଂଚେଇ ଖସିବା ମଧ୍ୟ ଲୋକଙ୍କ ପାଇଁ ଅସମ୍ଭବ ହୋଇପଡିଥିଲା ଏବଂ ୪୪ ରୁ ଅଧୀକ ଲୋକ ଏହି ଅଘଟଣ ର ଆହତ ହେଇଥିବା ସୁଚନା ରହିଛି । ଘଟଣା ପରେ ଏବେ ୱାଟର ପାର୍କକୁ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି , ଏଥିସହ ଏହି ଘଟଣା ର ଯାଂଚ କରୁଛି ପୋଲିସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More