Only for Entertainment

ଅନୁରାଧା ପୌଡୱାଲଙ୍କୁ ଦ୍ୱିତୀୟ ଲତା ମଙ୍ଗେସକର କରିବାକୁ ଚାହୁଁଥିଲେ ଗୁଲସନ କୁମାର, ଗୋଟିଏ ନିଷ୍ପତ୍ତି ବର୍ବାଦ କରିଦେଲା କ୍ୟାରିୟର ।

Sabras Radio
63

ବଲିଉଡରେ ଏପରି ଏକ ସମୟ ଥିଲା ଯେ ପ୍ରତ୍ୟେକ ଫିଲ୍ମରେ ଗାୟିକା ଅନୁରାଧା ପୌଡୱାଲଙ୍କ ଗୀତ ଶୁଣିବାକୁ ମିଳୁଥିଲା । ତାଙ୍କ ଭଏୟର ଯାଦୁ ଏପରି କି ଆଜି ମଧ୍ୟ ଲୋକେ ତାଙ୍କ ଗୀତ ଶୁଣିବାକୁ ପାଗଳ । କିନ୍ତୁ ଏବେ ଲମ୍ବା ସମୟରୁ ସେ ଲାଇମ ଲାଇଟ ଠାରୁ ଦୂରରେ ରହିଛନ୍ତି । ପ୍ରତ୍ୟେକ ବର୍ଷ ୨୭ ଅକ୍ଟୋବରରେ ନିଜର ଜନ୍ମଦିନ ପାଳନ କରିଥାନ୍ତି । ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ।
ଅନୁରାଧା ପୌଡୱାଲ ୮୦ ଦଶକରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏହା ପରେ ଧିରେ ଧିରେ ସେ ବଲିଉଡରେ ନିଜ ସ୍ଥାନ ପକ୍କା କରିଥିଲେ । ସେହି ସମୟରେ ଲତା ମଙ୍ଗେସକର, ଆଶା ଭୋସଲେ ଏବଂ ଅଲ୍କାଙ୍କ ପରି ସିଙ୍ଗର ଇଣ୍ଡଷ୍ଟ୍ରୀରେ ଟପ ଗାୟିକା ଥିଲେ । ଏପରି ସ୍ଥିତିରେ ଅନୁରାଧାଙ୍କ ପାଇଁ ତାଙ୍କ କ୍ୟାରିୟର ଆରମ୍ଭ କରିବା ସହଜ ନଥିଲା । ଟି-ସିରିଜର ମାଲିକ ଗୁଲସନ କୁମାର ଅନୁରାଧାଙ୍କୁ ମ୍ୟୁଜିକ ଇଣ୍ଡଷ୍ଟ୍ରୀ ସହିତ ପରିଚିତ କରାଇଥିବା କୁହାଯାଏ । ଏପରି ମଧ୍ୟ କୁହାଯାଉଥିଲା ଯେ, ଗୁଲସନ କୁମାର ତାଙ୍କୁ ଦ୍ୱିତୀୟ ଲତା ମଙ୍ଗେସକର ବନାଇବାକୁ ଚାହୁଁଥିଲେ ।

୧୯୭୩ରେ ରିଲିଜ ହୋଇଥିବା ଫିଲ୍ମ ଅଭିମାନରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ୧୯୭୬ରେ ରିଲିଜ ହୋଇଥିବା ସୁଭାଷ ଘାଇଙ୍କ ଫିଲ୍ମ କାଲିଚରଣ ତାଙ୍କୁ ପରିଚୟ ଦେଇଥିଲା । ଏହା ପରେ ସେ ପଛକୁ ଫେରି ଚାହିଁନାହାଁନ୍ତି । ସେହି ସମୟରେ ବଡ ବଡ ସଙ୍ଗିତ ନିର୍ଦ୍ଦେଶକ ରାଜେଶ ରୋଶନ, ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ, କଲ୍ୟାଣଜୀ-ଅନନ୍ଦଜୀ ଏବଂ ଜୟଦେବଙ୍କ ସହିତ ଅନୁରାଧା ପୌଡୱାଲ କାମ କରିଛନ୍ତି ।

ଏପରି ମଧ୍ୟ ଖବର ଶୁଣିବାକୁ ମିଳିଥିଲା ଯେ, ଲତା ମଙ୍ଗେସକର ଏବଂ ଆଶା ଭେସଲେଙ୍କ ସହିତ ତାଙ୍କର ବିବାଦ ହୋଇଥିଲା । ଏହି ସମୟରେ ଟି- ସିରିଜ ଏକ ବଡ କମ୍ପାନୀ ଥିଲା । କମ୍ପାନୀର ମାଲିକ ଗଲୁସନ କୁମାର ଅନୁରାଧାଙ୍କୁ ଗୋଟିଏ ପରେ ଗୋଟିଏ ଗୀତ ଦେଇଥିଲେ ।

aniuradha

୯୦ ଦଶକରେ ଅନୁରାଧା ଏକ ବଡ ନାମ ଥିଲା । ସେ ଆଶିକି, ଦିଲ ହେ କି ମାନତା ନହିଁ ଏବଂ ବେଟା ଫିଲ୍ମ ପାଇଁ ଲଗାତାର ୩ଟି ଫିଲ୍ମ ଫେୟାର ଆୱାର୍ଡ ନିଜ ନାମରେ କରିଥିଲେ । ଫିଲ୍ମ ବ୍ୟତିତ ସେ ଟି-ସିରିଜର ଆଲବମରେ ମଧ୍ୟ କାମ କରିଥିଲେ । ଏହି ସମୟରେ ଗୁଲସନ କୁମାର ଏବଂ ଅନୁରାଧା ପୌଡୱାଲଙ୍କ ଅଫେୟାର ଖବର ମଧ୍ୟ ସାମ୍ନାକୁ ଆସିଥିଲା । କିନ୍ତୁ ଏହା ବିଷୟରେ ଦୁହେଁ ଖୋଲା ଖୋଲି ଭାବେ କହିନଥିଲେ ।

bollywood-flashback-anuradha-paudwal_1486105920

ଅନୁରାଧାଙ୍କ ଚାହିଦା ଏତେ ଥିଲା ଯେ, ସଙ୍ଗୀତକାର ଓପି ନେୟାର କହିଥିଲେ ଏବେ ଲତାଙ୍କ ଯୁଗ ସରିଗଲା । ହଠାତ ଅନୁରାଧା ଏକ ବଡ ନିଷ୍ପତ୍ତି ନେଇଥିଲେ । ସେ ଘୋଷଣା କରିଥିଲେ ଯେ, ସେ କେବଳ ଟି-ସିରିଜ ପାଇଁ ହିଁ ଗୀତ ଗାଇବେ । ତାଙ୍କର ଏହି ନିଷ୍ପତ୍ତି ତାଙ୍କ କ୍ୟାରିୟରରେ ଫୁଲଷ୍ଟପ ପକାଇଥିଲା ।

ଏହା ପରେ ଅନ୍ୟ ସିଙ୍ଗର ମାନଙ୍କୁ ବାହାର ଗୀତ ମିଳିଥିଲା । ଏହାପରେ ସେ ଭଜନ ଏବଂ ଆରତି ଗାଇବା ଆରମ୍ଭ କରିଥିଲେ । ଗୁଲସନଙ୍କ ମୃତ୍ୟୁ ପରେ ସେ ଫିଲ୍ମରେ ଗୀତ ଗାଇବା ଛାଡି ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More