Only for Entertainment

ଇନ୍ସପେକ୍ଟର ଚରିତ୍ରରେ ନଜର ଆସିବେ ବିରାଟ କୋହଲିଙ୍କ ପତ୍ନୀ ।

29

ଗତବର୍ଷ ୨୦୧୮ରେ ରିଲିଜ ହୋଇଥିଲା ଅନୁଷ୍କା ଶର୍ମାଙ୍କ ଫିଲ୍ମ ଜିରୋ । ଯେଉଁଥିରେ ତାଙ୍କ ଅପୋଜିଟରେ ନଜର ଆସିଥିଲେ ଶାହାରୁଖ ଖାନ ଏବଂ କ୍ୟାଟ୍ରିନା କୈଫ । ଏହାପରେ ଅଭିନେତ୍ରୀଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ । ଏହା ସହିତ ଅନୁଷ୍କା କୌଣସି ନୂଆ ପ୍ରକଳ୍ପ ସାଇନ କରିଥିବା କଥା ମଧ୍ୟ ଶୁଣିବାକୁ ମିଳିନାହିଁ । ଏହି ମଧ୍ୟରେ ଖବର ଆସିଛିଯେ ଅନୁଷ୍କା ଫିଲ୍ମ କ୍ୟାରିଅରକୁ ବାଏ ବାଏ କହିବା ପାଇଁ ଭାବୁଛନ୍ତି । କିନ୍ତୁ ଅନୁଷ୍କାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଗୁଡନ୍ୟୁଜ ରହିଛି ।

ଖବର ଅନୁସାରେ ଅନୁଷ୍କା ଶର୍ମା କପ ଡ୍ରାମାରେ ନଜର ଆସିବେ । ଯେଉଁଥିରେ ସେ ପୋଲିସ ଇନ୍ସପେକ୍ଟର ଚରିତ୍ରରେ ନଜର ଆସିବେ । ଯଦି ଏହି କଥା ସତ ହୁଏ ତେବେ ପୁଣିଥରେ ଅନୁଷ୍କାଙ୍କୁ ରୂପେଲି ପରଦାରେ ଦେଖିବାର ସୁଯୋଗ ପାଇବେ ଅନୁଷ୍କା ଶର୍ମା ।

ଏହା ପ୍ରଥମ ଥର ହେବ ଯେତେବେଳେ ଦର୍ଶକ ଏଭଳି ଫିଲ୍ମରେ ଅନୁଷ୍କା ନଜର ଆସିବେ । କୁହାଯାଉଛି ଏହି ଫିଲ୍ମ ଅନୁଷ୍କାଙ୍କ ହୃଦୟ ସହିତ ଖୁବ ଅନ୍ତରଙ୍ଗ । କାହାଣୀ ଏହାର ଖୁବ ଭିନ୍ନ । ତେବେ ଅନୁଷ୍କା ଫିଲ୍ମ ଛାଡ଼ିବା ପାଇଁ ଚିନ୍ତା କରୁଥିବା କହିଛନ୍ତି ବିରାଟ । କିନ୍ତୁ ଏହା ମଧ୍ୟ ଶୁଣିବାକୁ ମିଳୁଛିଯେ ଅନୁଷ୍କା ଗର୍ଭବତୀ ଅଛନ୍ତି ।ତେଣୁ ସେ ଫିଲ୍ମ ଠାରୁ ଦୂରରେ ଅଛନ୍ତି । ଏହି ମଧ୍ୟରେ ଅନଷ୍କା ଏହି ସମସ୍ତ କଥାକୁ ଉଡ଼ା ଖବର ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More