Only for Entertainment

ଅଳିଆ ଫିଙ୍ଗିବାକୁ ନେଇ ଗାଳି ଶୁଣିଥିବା ଯୁବକ ଜଣଙ୍କ ବିରାଟ-ଅନୁଷ୍କାଙ୍କୁ ପଠାଇଲେ ଲିଗାଲ ନୋଟିସ, ବଢିପାରେ ସମସ୍ୟା

News Digital India 24
0 61

ରାସ୍ତାରେ ଅଳିଆ ପକାଇବାରୁ ଅଭିନେତ୍ରୀ ଅନୁଷ୍କାଙ୍କ ଠାରୁ ଗାଳି ଶୁଣିଥିବା ବ୍ୟକ୍ତି ଏବଂ ଏହା ପରେ ବିରାଟ କୋହଲିଙ୍କ ଦ୍ୱାରା ସୋସିଆଲ ମିଡିଆରେ ଅପଲୋଡ କରାଯାଇଥିବା ଭିଡିଓ କାରଣରୁ ଚର୍ଚ୍ଚାକୁ ଆସିଥିବା ବ୍ୟକ୍ତି ଜଣଙ୍କ ଏବେ ବିରାଟ-ଅନୁଷ୍କାଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି ।

ଖବର ଅନୁସାରେ ପାର୍ଟ ଟାଇମ ଅଭିନେତା ଅରହାନ ସିଂ ସୋସିଆଲ ମିଡିଆରେ ଥିବା ବିରାଟ-ଅନୁଷ୍କାଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ସାମ୍ନାରେ ତାଙ୍କୁ ବଦନାମ କରିବାରୁ ସେ ଶନିବାର ଦିନ ଏହି ଷ୍ଟାର କପଲଙ୍କୁ ଲିଗାଲ ନେଟିସ ପଠାଇଛନ୍ତି ।


ଅରହାନ ଏକ ନ୍ୟୁଜ ଚ୍ୟାନେଲକୁ ମେସେଜ କରି କହିଥିଲେ, ମୋ ଲିଗାଲ ଆଡଭାଇଜର ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ନେଟିସ ପଠାଇଛନ୍ତି । କାରଣ ଏବେ ତାଙ୍କ ପକ୍ଷରେ ସବୁକିଛି ରହିଛି । ସେଥିପାଇଁ ମୁଁ ଏହି ବିଷୟରେ ଏବେ କିଛି ଟିପ୍ପଣୀ ଦେବାକୁ ଚାହୁଁନାହିଁ । ଏହା ଉଚିତ ରହିବ ଯେ ମୁଁ ତାଙ୍କ ଜବାକୁ ଅପେକ୍ଷା କରିବି ।

ସୂଚନାଯୋଗ୍ୟ ଯେ, ରାସ୍ତାରେ ଅଳିଆ ପକାଇବାକୁ କିଛି ଦିନ ପୂର୍ବେ ଅନୁଷ୍କା ଜଣେ ଅଜଣା ଯୁବକଙ୍କୁ ଗାଳି କରିଥିଲେ । ଏହା ପରେ ଯୁବକ ଜଣଙ୍କ ଫେସବୁକ ପୋଷ୍ଟ ଜରିଆରେ ନିଜ ପରିଚୟ ଦେବା ସହିତ ବିରାଟ ଅନୁଷ୍କା ସସ୍ତା ଲୋକପ୍ରିୟତା ପାଇବା ପାଇଁ ଏପରି କରୁଛନ୍ତି ବୋଲି ଆରୋପ ଲଗାଇଥିଲ । ତେବେ ଦେଖାଯାଉ ଏହି ମାମଲା ଆଗକୁ କେଉଁ ରୂପ ନେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More