Only for Entertainment

ତେବେ ପ୍ରି ମ୍ୟାରିଟାଲ ଚେକଅପ ପାଇଁ ହସ୍ପିଟାଲରେ ପହଂଚିଥିଲେ ମଲାଇକା ଏବଂ ଅର୍ଜୁନ ?

70

ଅର୍ଜୁନ କପୂର ଏବଂ ମଲାଇକା ଅରୋରା ନିଜ ସମ୍ପର୍କକୁ ନେଇ ଲମ୍ବା ସମୟ ଧରି ଚର୍ଚ୍ଚାରେ ରହିଛନ୍ତି । ଯଦି କେବେ ଦୁହେଁ ଆଉଟିଂରେ ଯାଆନ୍ତି ତେବେ ତାହା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟି ଯାଏ ।

ନିକଟରେ ଦୁହେଁ ଏକ ହସ୍ପିଟାଲରେ ପହଂଚିଥିବାକୁ ନେଇ ମାହୋଲ ପୂରା ଗରମ ଥିଲା । ରିପୋର୍ଟ ମୁତାବକ ଯୋଡି ପ୍ରି ମ୍ୟାରିଟାଲ ଚେକଅପ ପାଇଁ ହସ୍ପିଟାଲରେ ପହଂଚିଥିଲେ । ଅନେକ ଯୋଡି ପାଇଁ ଏହା ଏକ ସାଧାରଣ ପ୍ରୋସେସ ଅଟେ ।
ଏଭଳି ଲାଗୁଛି ଯେ ଦୁହେଁ ବିବାହକୁ ନେଇ ଯେଉଁ ରିପୋର୍ଟ ଚାଲିଛି , ଜଣା ପଡୁଛି ଯେ ଦୁହେଁ ଇଷ୍ଟର ୱିକେଣ୍ଡରେ ବିବାହ କରିବେ । ଅସଲରେ ଅର୍ଜୁନ ଏବଂ ମଲାଇକାଙ୍କ ବିବାହକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି । ଶୁଣିବାକୁ ମିଳିଛି ଯେ ଦୁହେଁ ୧୮ରୁ ୨୭ମଧ୍ୟରେ ଖ୍ରୀଷ୍ଟ ଧର୍ମ ଅନୁଯାୟୀ ବିବାହ କରିବେ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଅର୍ଜୁନ ଏବେ ଆଶୁତୋଷ ଗୋବରିକରଙ୍କ ଫିଲ୍ମ ‘ପାନିପତ’ରେ ନଜର ଆସିବେ । ଯେଉଁଥିରେ ତାଙ୍କ ସହ ସଂଜୟ ଦତ୍ତ ଏବଂ କୃତି ସାନନ ନଜର ଆସିବେ । ସେହିଭଳି ମଲାଇକାଙ୍କ ବିଷୟରେ କହିବାକୁ ଗଲେ ଶେଷଥର ବିଶାଳ ଭରଦ୍ୱାଜଙ୍କ ଫିଲ୍ମ ପଟାଖାର ସ୍ପେଶାଲ ନମ୍ବରରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More