Only for Entertainment

ଦେଶୀ ଅନ୍ଦାଜରେ ଧୁମ ମଚାଇଲେ ଅର୍ଜୁନ ଏବଂ ପରିଣୀତି, ରିଲିଜ ହେଲା ନମସ୍ତେ ଇଂଲଣ୍ଡ’ଫିଲ୍ମର ଆଉ ଏକ ଗୀତ ‘ଧୁମ ଧଡାକା’ ।

youtube
0 32

ଅର୍ଜୁନ କପୂର ଏବଂ ପରିଣୀତି ଚୋପ୍ରାଙ୍କ ନୁଆ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ ଖୁବ ଶୀଘ୍ର ସିନେମା ଘରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ଜରିଆରେ ଏହି ଯୋଡି ୬ବର୍ଷ ପରେ ପୁଣିଥରେ ପରଦାରେ ନଜର ଆସିବେ । ଏହାପୂର୍ବରୁ ଦୁହେଁ ‘ଇଶକଜାଦେ’ଫିଲ୍ମର ନଜର ଆସିଥିଲେ । ଏହି ଫିଲ୍ମରେ ଦୁହିଁଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଏହି କାରଣରୁ ପ୍ରଶଂସକ ‘ନମସ୍ତେଇଂଲଣ୍ଡ’କୁ ନେଇ ଖୁବ ଆଶାବାଦୀ ଅଛନ୍ତି ।

ବିଗତ ଦିନରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଜବରଦସ୍ତ ରେସପନ୍ସ ମିଳିଛି । ଏବେ ଏହି ଫିଲ୍ମର ଆଉ ଏକ ଗୀତ ରିଲିଜ ହୋଇଛି । ଗୀତର ବୋଲ ରହିଛି ‘ଧୁମ ଧଡାକା’ ।

ଏହି ଗୀତରେ ପରିଣୀତି ଏବଂ ଅର୍ଜୁନ ଧମାକା ମଚାଉଥିବାର ନଜର ଆସିଛନ୍ତି । ଏଥିରେ ଡ୍ୟାନ୍ସ ମୁଭ୍ସ ଦେଶୀ ଏବଂ ଧମାକାଦାର ହୋଇଛି । ବିବାହ ସିଜନରେ ଏହି ଗୀତ ନିଶ୍ଚୟ ଧମାଲ ମଚାଇବ । ଗୀତଟିକୁ ଗାଇଛନ୍ତି ଶାହିଦ ମାଲ୍ୟା ଏବଂ ଅନ୍ତରା ମିତ୍ରା । ଗୀତକୁ ଲେଖିଛନ୍ତି ଜାବେଦ ଅଖତର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More