Only for Entertainment

ଜନ୍ମଦିନରେ ସଲମାନ ଖାନଙ୍କୁ ମିଳିବ ବଡ ସରପ୍ରାଇଜ! ପୁଣିଥରେ ହେବେ ମାମୁଁ

India TV
46

ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମା ଏବଂ ଆୟୁଷ ଶର୍ମା ବଡ ଧୁମଧାମରେ ପଂଚମ ବିବାହ ବାର୍ଷିକ ପାଳନ କରିଛନ୍ତି । ଅର୍ପିତାଙ୍କ ପୁଅ ଆହିଲଙ୍କ ସହିତ ସଲମାନ ଖାନଙ୍କର ଖୁବ ଖାସ ବଣ୍ଡିଂ ରହିଛି । ଏବେ ଆହିଲ ବଡ ଭାଇ ହେବାକୁ ଯାଉଛନ୍ତି । ସଲମାନଙ୍କ ଜନ୍ମଦିନ ପାଇଁ ଏହା ଏକ ବଡ ଉପହାର ହେବ ବୋଲି ଆଶା କରାଯାଉଛି ।

ଅର୍ପିତା ଏବଂ ଆୟୁଷ ଏବେ ଦ୍ୱିତୀୟ ଛୁଆକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ବିବାହ ବାର୍ଷିକରେ ଅର୍ପିତା ନିଜ ବେବି ବମ୍ପକୁ ଫ୍ଲନ୍ଟ କରିଥିଲେ । ଆହିଲଙ୍କ ସହିତ କପଲ ମାଲଦୀପ ଯାଇ ଛୁଟି ମଧ୍ୟ ନିକଟରେ କଟାଇଥିଲେ । ଖବର ଅନୁସାରେ ଆଗାମୀ ମାସରେ ଅର୍ପିତାଙ୍କ ଡେଲିଭରୀ ହେବ ବୋଲି ଖବର ଆସିଛି ।

 

ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ଅର୍ପିତା ସଲମାନଙ୍କ ଜନ୍ମଦିନ ଅର୍ଥାତ ୨୭ ଡିସେମ୍ବରରେ ବେବିକୁ ଜନ୍ମ ଦେଇପାରନ୍ତି । ଏପରିକି ଅର୍ପିତା ସୁପରଷ୍ଟାର ସଲମାନଙ୍କ ଜନ୍ମଦିନରେ ହିଁ ହସ୍ପିଟାଲରେ ଡେଲିଭରୀ ପାଇଁ ବୁକିଂ କରିସାରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ସଲମାନ ଜନ୍ମଦିନର ଏହି ଖାସ ଉପହାର ପାଇଁ କେତେ ଉତ୍ସାହିତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More