Only for Entertainment

ଦିନ ଥିଲା ସେଲ୍ସମ୍ୟାନ ଭାବେ କାମ କରୁଥିଲେ ଅରଶଦ ବାର୍ସୀ,ଆଜି ଅଛି ଲକ୍ଷ ଲକ୍ଷ ମୂଲ୍ୟର ବାଇକ କଲେକ୍ସନ ।

bollywood tadka
0 43

ବଲିଉଡ ଅଭିନେତା ଅରଶଦ ବାର୍ସୀଙ୍କୁ ୫୦ ବର୍ଷ ପୂରି ଯାଇଛି । ସେ ନିଜର ଅଭିନୟରେ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି । ଦିନ ଥିଲା ଅରଶଦଙ୍କର ଆର୍ଥିକ ପରିସ୍ଥିତି କିଛି ଖାସ ନଥିଲା । କିନ୍ତୁ ଆଜି ତାଙ୍କ ପରିସ୍ଥିତି ପରିବର୍ତ୍ତନ ହୋଇଛି । ଆଜି ତାଙ୍କ ନ୍ମଦିନରେ ଚାଲନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା ଜାଣିବା ଯାହାକୁ ଖୁବ କମ ଲୋକ ଜାଣିଥିବେ ।

ଖବର ଅନୁସାରେ ଅରଶଦଙ୍କୁ ୧୮ ବର୍ଷ ହୋଇଥିବା ସମୟରେ ତାଙ୍କ ବାପା ବୋନ କ୍ୟାନସରରେ ଜୀବନ ହରାଇଥିଲେ । ଏହାର ୨ ବର୍ଷ ପରେ ତାଙ୍କ ମା ମଧ୍ୟ ଏ ଦୁନିଆରୁ ବିଦାୟ ନେଇଥିଲେ । ବଂଚିବା ପାଇଁ ଟଙ୍କାର ଆବଶ୍ୟକତା ଥିଲା । ତେଣୁ ସେ କସମେଟିକ ସେଲ୍ସମ୍ୟାନ ଭାବେ କାମ କରୁଥିଲେ । କେବଳ ସେତିକି ନୁହେଁ ସେ ଫଟୋ ଲ୍ୟାବରେ ମଧ୍ୟ କାମ କରିଛନ୍ତି । ଅରଶଦଙ୍କୁ ୧୯୯୬ରେ ଅମିତାଭ ବଚ୍ଚନଙ୍କ କଂପାନୀ ‘ତେରେ ମେରେ ସପନେ’ରେ ପ୍ରଥମ ଥର ଅଭିନୟ କରିବାର ମୌକା ମିଳିଥିଲା । ତେବେ ଏହି ଫିଲ୍ମର ଅଫର ତାଙ୍କୁ ଜୟା ବଚ୍ଚନ ଦେଇଥିଲେ । କିନ୍ତୁ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ‘ମୁନ୍ନାଭାଇ ଏମବିବିଏସ’ରୁ ତାଙ୍କ ପରିଚୟ ମିଳିଥିଲା । ସେଥିରେ ସେ ସଂଜୟ ଦତ୍ତଙ୍କ ସାଙ୍ଗ ସର୍କିଟ ଚରିତ୍ରରେ ଅଭିନୟ କରିଥିଲେ ।


ଅରଶଦଙ୍କୁ ସ୍ପୋର୍ଟସ ଗାଡ଼ି ଖୁବ ପସନ୍ଦ । ନିକଟରେ ସେ ‘ଡୁକାଟୀ ମନ୍ସଟର’ କିଣିଛନ୍ତି,ଯାହାର ମୂଲ୍ୟ ପ୍ରାୟ ୮ ଲକ୍ଷ । ଏହା ତାଙ୍କର ପ୍ରଥମ ସ୍ପୋର୍ଟସ ବାଇକ ନୁହେଁ । ଏହା ପୂର୍ବରୁ ସେ ୧୩ ଲକ୍ଷର ଇଣ୍ଡିଆନ ସ୍କୁଟ ବବର, ୧୮ ଲକ୍ଷର ହାରଲି ଡାଭିଡସନ ଡାଏନା ସଫଟେଲ ଏବଂ ୨ ଲକ୍ଷର ରୟାଲ ଏନଫିଲଡି ମଧ୍ୟ କିଣିଥିଲେ ।
ଅଭିନୟ ବ୍ୟତୀତ ଅରଶଦ ଭଲ କୋରିଓଗ୍ରାଫି ମଧ୍ୟ କରନ୍ତି । ପ୍ରଥମରୁ ତାଙ୍କର ନାଚ ଏବଂ କୋରିଓଗ୍ରାଫି ପ୍ରତି ଇଛା ଥିଲା । ୧୯୯୩ରେ ତାଙ୍କୁ ‘ରୂପ କି ରାନୀ ଚୋରୋଁ କା ରାଜା’ରେ କୋରିଓଗ୍ରାଫି କରିବାର ସୁଯୋଗ ମିଳିଥିଲା । ତାଙ୍କ ସ୍ତ୍ରୀ ମାରିୟା ଜଣେ ଭିଜେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More