Only for Entertainment

ମୁକ୍ତିଲାଭ କଲେ ଅସୀମା ପଣ୍ଡାଙ୍କ କଣ୍ଠରେ ରୋମାଂଟିକ ସଙ୍ଗ ‘ତୋ ପ୍ରେମରେ’ !

49

ନିଜ ଆକର୍ଷଣୀୟ ଗାୟିକୀ ଜରିଆରେ ଓଡିଆ ସ୍ରୋତାଙ୍କ ମନଜିଣି ପାରିଥିବା କଣ୍ଠଶିଳ୍ପୀ ଅସୀମା ପଣ୍ଡା ଭେଟି ଦେଇଛନ୍ତି ଆଉ ଏକ ମନଛୁଆଁ ଗୀତ । ଏହି ଗୀତର ଟାଇଟଲ୍ ହେଉଛି ‘ତୋ ପ୍ରେମରେ’ । ୟୁଟୁବରେ ରିଲିଜ୍ ହୋଇଥିବା ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

ୟୁଟୁବରେ ମୁକ୍ତିଲାଭ କଲା ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ମନଛୁଆଁ ଗୀତ ‘ତୋ ପ୍ରେମରେ’ । ନିହାର୍ ପ୍ରିୟାସିସ୍ ୟୁଟୁବ୍ ଚ୍ୟାନେଲରେ ଗୀତ ରେକର୍ଡିଂର ଭିଡିଓ ମୁକ୍ତିଲାଭ କରିଛି । ଯେଉଁଥିରେ ଷ୍ଟୁଡିଓ ଭିତରେ କଣ୍ଠଦାନ କରିବାରେ ନଜର ଆସିଛନ୍ତି ଅସିମା ପଣ୍ଡା । ସୁମୀତ ଦିକ୍ଷୀତଙ୍କ ସଙ୍ଗୀତରେ ଏହି ମନଛୁଆଁ ଗୀତର ଲିରିକ୍ସ ଦେଇଛନ୍ତି ନିହାର୍ ପ୍ରିୟାଶିସ୍ । ନିଜ ବେମିସାଲ୍ ଗାୟିକୀ ଜରିଆରେ ଓଡିଆ ସ୍ରୋତାଙ୍କୁ ଏଂଟରଟେନ୍ କରିଥିବା ଅସୀମା ଏହି ଗୀତରେ ପୁଣିଥରେ ନିଜ ଗାୟିକୀର ଯାଦୁ ଭେଟି ଦେଇଛନ୍ତି ।

ୟୁଟୁବରେ ରିଲିଜ୍ ହୋଇଥିବା ଏହି ରୋମାଂଟିକ୍ ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ୨୪ ଘଂଟା ମଧ୍ୟରେ ଏହି ଗୀତକୁ ୭୦ ହଜାର ଦର୍ଶକ ଦେଖି ସାରିଲେଣି । ଆଗକୁ ଏହି ଗୀତର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଆଗକୁ ଏହି ଗୀତକୁ ନେଇ ଏକ ଭିଡିଓ ପ୍ରସ୍ତୁତ କରାଯିବ । ଯାହା ଖୁବଶୀଘ୍ର ମୁକ୍ତିଲାଭ କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More