Only for Entertainment

ଏହି ରୋଗର ଶୀକାର ହେଲେ ଆୟୁଷ୍ମାନଙ୍କ ପତ୍ନୀ ।

nepaljapan.com
0 35

କର୍କଟ ରୋଗରେ ଏବେ ଅଧିକାଂଶ ବଲିଉଡ ଷ୍ଟାର ପିଡ଼ିତ ହେଉଥିବା ନଜର ଆସୁଛନ୍ତି । ହଠାତ ଇରଫାନଙ୍କ କର୍କଟ ରୋଗ ଜଣାପଡ଼ିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ,ଯାହା ପରେ ପରେ ଅନ୍ୟ ଏକ ଘଟଣା ସାମ୍ନାକୁ ଆସିଥିଲା । ତାହା ଥିଲା ସୋନାଲି ବେନ୍ଦ୍ରେଙ୍କ ବିଷୟରେ । ସେ ମଧ୍ୟ କର୍କଟ ରୋଗରେ ପିଡ଼ିତ । ତେବେ ନିକଟରେ ଆୟୁଷ୍ମାନଙ୍କ ପତ୍ନୀଙ୍କୁ ନେଇ ମଧ୍ୟ ସେହିଭଳି ଏକ ଖବର ଆସିଛି । ବାସ୍ତବରେ ଆୟୁଷ୍ମାନଙ୍କ ପତ୍ନୀ ସ୍ତନ କର୍କଟରେ ପିଡ଼ିତ ଥିବା ଶୁଣିବାକୁ ମିଳିଛି ।

 ଏବେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସ୍ତ୍ରୀ ତାହିରା ନିଜ ରୋଗକୁ ନେଇ ସୂଚନା ଦେଇଛନ୍ତି । ଇନ୍‌ଷ୍ଟାଗ୍ରାମ୍‌କୁ ଯାଇ ତାହିରା ନିଜ କର୍କଟ ରୋଗ ସଂପର୍କରେ ଜଣାଇବା ପରେ ଏହି ଖବର ସାମ୍ନାକୁ ଆସିଛି । ତାହିରାଙ୍କ ଡ଼ାହାଣ ସ୍ତନରେ ଡ଼ିସିଆଇଏସ୍‌ (ductal carcinoma in situ) ଥିବା ଜଣା ପଡ଼ିଥିଲା ।

ଏହା କର୍କଟ ରୋଗର ପ୍ରଥମ ଷ୍ଟେଜ୍‌ ଥିବାରୁ ତାହିରା ନିଜର ଚିକିତ୍ସା କରାଇ ନେବା ସହ ଏବେ ସେ ସୁସ୍ଥ ଥିବା ଜଣା ପଡ଼ିଛି । ଠିକ୍‌ ସମୟରେ ଏହାର ଚିକିତ୍ସା କରିଥିବାରୁ ତାହିରା ସୁସ୍ଥ ହୋଇ ପାରିଥିବା ଜଣାଇଛନ୍ତି । ସମସ୍ତ ମହିଳାଙ୍କୁ ଚିକତ୍ସା କରିବା ପାଇଁ କହିବା ସହ କର୍କଟ ରୋଗ ବିଷୟରେ ଜାଣିବା ପାଇଁ ନିୟମିତ ଚିକିତ୍ସା କରିବା ଦରକାର ବୋଲି ତାହିରା ଉପଦେଶ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More