Only for Entertainment

ସାମ୍ନାକୁ ଆସିଲା ଫିଲ୍ମ ‘ଗୁଲାବୋ ସିତାବୋ’ର ପ୍ରଥମ ଲୁକ, ଦେଖିବାକୁ ମିଳିଲା ଆୟୁଷ୍ମାନ-ଅମିତାଭଙ୍କ ଜବରଦସ୍ତ ଅନ୍ଦାଜ

zee news
26

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନାଙ୍କ ଆଗାମୀ ଫିଲ୍ମ ‘ଗୁଲାବୋ ସିତାବୋ’କୁ ନେଇ ଏବେ ଢେର ଚର୍ଚ୍ଚା । ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଥିବା ବେଳେ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଇତି ମଧ୍ୟରେ ଫିଲ୍ମର ପ୍ରଥମ ଲୁକ ଏବେ ସାମ୍ନାକୁ ଆସିଛି । ଏହି ଫଟୋ ସୋସିଆଲ ମିଡିଆରେ ଛାଇ ରହିଛି ।

ଅମିତାଭ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନାଙ୍କ ଆଗାମୀ ଫିଲ୍ମ ୨୮ ଫେବୃଆରୀରେ ରିଲିଜ ହେବାକୁ ଯାଉଥିବା ବେଳେ ନିର୍ମାତା ଫିଲ୍ମର ପ୍ରଥମ ଲୁକ ଦର୍ଶକଙ୍କ ପାଇଁ ସେୟାର କରିଛନ୍ତି । ଏହି ଫଟୋରେ ବିଗ ବି ଜଣେ ବୁଢା ବ୍ୟକ୍ତି ଅବତାରରେ ନଜର ଆସୁଥିବା ବେଳେ ଆୟୁଷ୍ମାନ ଡି-ଗ୍ଲାମ ଲୁକରେ ନଜର ଆସିଛନ୍ତି ।

କହିରଖୁଛୁ ଯେ, ଗୁଲାବୋ ସିତାବୋର କଣ୍ଡେଇ ଦୁଇ ଭଉଣୀଙ୍କ ପ୍ରସିଦ୍ଧ ଯୋଡି । ଏହା ଉତ୍ତର ପ୍ରଦେଶର ଲୋକକଥାର ଏକ ଅଂଶ । ଏହି ଫିଲ୍ମ ଏକ କମେଡୀ ଫିଲ୍ମ ହେବ । ଫିଲ୍ମ ‘ଗୁଲାବୋ ସିତାବୋ’ ସୁଜୀତ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ପିକୁ ଫେମ ଜୁହୀ ଚତୁର୍ବେଦୀଙ୍କ ଦ୍ୱାରା ଲିଖିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More