Only for Entertainment

ଭିଡିଓ: ଆୟୁଷ୍ମାନ ଖୁରାନା ‘ବାଲା’ ଗେଟଅପ ପାଇଁ କଲେ ଖୁବ ପରିଶ୍ରମ !

23

ନିଜ ଅଭିନୟରେ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଥିବା ଆୟୁଷ୍ମାନ ଖୁରାନା ଚଳିତ ସପ୍ତାହରେ ଆସିବାକୁ ଥିବା ‘ବାଲା’ରେ ନଜର ଆସିବେ । ‘ବାଲା’ର ଟ୍ରେଲର ରିଲିଜ ହେବା ପରେ ଲୋକମାନଙ୍କ ମନରେ ଫିଲ୍ମ ଦେଖିବାକୁ ଉତ୍ସାହ ବୃଦ୍ଧି ପାଇଛି । ଆୟୁଷ୍ମାନ ଖୁରାନା ଏହି ଫିଲ୍ମ ସମୟ ପୂର୍ବରୁ ପ୍ରଥମେ ଲଣ୍ଡା ବ୍ୟକ୍ତିଙ୍କ ଦୁଃଖକୁ ଉଜାଗର କରିଛନ୍ତି ।

ଆୟୁଷ୍ମାନ ଖୁରାନା ଏହି ଫିଲ୍ମରେ ନିଜ ଲୁକ ପାଇଁ ଖୁବ ପରିଶ୍ରମ କରିଛନ୍ତି । ନିଜକୁ ଚରିତ୍ରରେ ଆଣିବା ପାଇଁ ଓଜନ ମଧ୍ୟ ହ୍ରାସ କରିଛନ୍ତି । ନିକଟରେ ଆୟୁଷ୍ମାନ ଖୁରାନା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି ।

ଏହି ଭିଡିଓରେ ନିଜ ଗେଟଅପରେ ଆସିବା ପାଇଁ ପ୍ରସ୍ତୁତି କରୁଥିବାର ନଜର ଆସିଛନ୍ତି । ଏହି କ୍ଲିପରେ ଆପଣ ଦେଖି ପାରୁଥିବେ ନିଜ ଚରିତ୍ରକୁ ଭିନ୍ନ ଭିନ୍ନ ଲୁକରେ ଆଣିବା ପାଇଁ କେତେ ଘଂଟା ପରିଶ୍ରମ କରିଛନ୍ତି । ଅମର କୌଶିକଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଫିଲ୍ମ ବାଲା ୭ନଭେମ୍ବରରେ ରିଲିଜ ହେବ । ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ବ୍ୟତୀତ ୟାମୀ ଗୌତ. ଭୂମି ପେଡନେକର, ଜାବେଦ ଜାଫରୀ ଏବଂ ସୌରଭ ଶୁକ୍ଳା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More