କରୀନା କପୂର ଏବଂ ସୈଫ ଅଲୀ ଖାନଙ୍କ ପୁଅ ତୈମୁର ଅଲୀ ଖାନଙ୍କ ଲୋକପ୍ରିୟତା କେବଳ ଭାରତ ନୁହେଁ ବରଂ ଅନ୍ୟ ଦେଶ ବାହାରେ ମଧ୍ୟ ରହିଛି । ନିକଟରେ କରୀନା କପୂର ଅଷ୍ଟ୍ରେଲିଆର ସିଡନୀରେ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସେଠାରେ ଜଣେ ପ୍ରଶଂସକ ପାଇଁ ଏକ ଗ୍ରୃପ ତାଙ୍କୁ ତୈମୁରଙ୍କର ଏକ ପେଟିଂ ଉପହାର ସଦୃଶ ଦେଇଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏଠାରେ ଆମେ କହି ରଖୁଛୁ ଯେ ପ୍ରଥମେ କରୀନା କପୂର ମେଲବର୍ଣ୍ଣରେ ଟି-୨୦ୱାର୍ଲ କପ୍ ଟ୍ରଫି ଅନାବରଣ କରିଥିଲେ । କାର୍ଯ୍ୟକ୍ରମ ଜରିଆରେ କରୀନା କପୂର ଖୁବ ସୁନ୍ଦର ନଜର ଆସିଥିଲେ ।
#KareenaKapoorKhan gifted a painting of #TaimurAliKhan from a fan during an event in Sydney. pic.twitter.com/3onUmZvG3j
— Filmfare (@filmfare) November 3, 2019
କରୀନାଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଖୁବଶୀଘ୍ର ନିର୍ଦ୍ଦେଶକ ରାଜ ମେହତାଙ୍କ ଫିଲ୍ମ ‘ଗୁଡ ନ୍ୟୁଜ’ରେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ । ଏହି ଫିଲ୍ମରେ ଦିଲଜିତ ଦୋସାଂଝ ଏବଂ କିଆରା ଆଡଭାଣୀ ମଧ୍ୟ ଅଛନ୍ତି । ଏହି ଫିଲ୍ମ ୨୭ଡିସେମ୍ବରରେ ରିଲିଜ ହେବ ।