ସଲମାନ ଖାନ ଏବଂ ଆମୀର ଖାନଙ୍କ ଫିଲ୍ମ ଅନ୍ଦାଜ ଅପନା ଅପନାକୁ ୨୫ ବର୍ଷ ପୂରା ହୋଇସାରିଥିବା ବେଳେ ଫିଲ୍ମ ଆଜି ମଧ୍ୟ ଦର୍ଶକଙ୍କ ହୃଦୟରେ ରାଜ କରୁଛି । ଫିଲ୍ମର ପ୍ରତ୍ୟେକ ଚରିତ୍ର ଠାରୁ ଆରମ୍ଭ କରି ପ୍ରତ୍ୟେକ ସିନରେ ଏଣ୍ଟରଟେନମେଣ୍ଟର ଫୁଲ ଡୋଜ ଭରି ରହିଛି । ଏହି କାରଣ ପାଇଁ ହିଁ ଫିଲ୍ମର ଅନେକ ଡାୟଲଗ ଫ୍ୟାନ୍ସଙ୍କ ମୁହଁ ରେ ମଧ୍ୟ ଶୁଣିବାକୁ ମିଳିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ସଚିନ ତେନ୍ଦୁଲକରଙ୍କ ସହିତ ଏହି ଫିଲ୍ମର ଗଭୀର ସମ୍ପର୍କ ରହିଛି ।
ଅସଲରେ ୧୯୯୪ରେ ରିଲିଜ ହୋଇଥିବା ଏହି ଫିଲ୍ମ ସହିତ ସଚିନ ତେନ୍ଦୁଲକର ମଧ୍ୟ ଜଡିତ ଥିଲେ । ସଚିନ ଏହି ଫିଲ୍ମରେ କୌଣସି ରୋଲ ପ୍ଲେ କରିନଥିଲେ ସତ କିନ୍ତୁ ଫିଲ୍ମର ମୁହୁରତ ସଟ୍ ରେ ସେ ଉପସ୍ଥିତ ଥିଲେ । ଏହି ସମୟରେ ଫିଲ୍ମର ଷ୍ଟାରକାଷ୍ଟ ସଲମାନ ଖାନ, ଆମୀର ଖାନ, କରୀଶ୍ମା କପୁର ଏବଂ ରବୀନା ଟଣ୍ଡନଙ୍କ ସମେତ ଅଭିନେତା ଧର୍ମେନ୍ଦ୍ର ଏବଂ ସଚିନ ତେନ୍ଦୁଲକର ଉପସ୍ଥିତ ଥିଲେ ।
ଦେଖନ୍ତୁ ଫିଲ୍ମର ଶୁଭ ମୁହୁରତ ସମୟର ଭିଡିଓ-
ଆପଣଙ୍କୁ କହିରଖୁଛୁ ଯେ, ଏହି ମଲ୍ଟିଷ୍ଟାର ଫିଲ୍ମ ବକ୍ସ ଅଫିସରେ କିଛି କମାଲ କରିପାରିଲା ନାହିଁ । କାରଣ ଫିଲ୍ମ କୁ ନିର୍ମାଣ କରିବା ପାଇଁ ଲମ୍ବା ସମୟ ଲାଗିଥିଲା ଏବଂ ଏହାକୁ ଠିକ ଢଙ୍ଗରେ ପ୍ରମୋସନ କରାଯାଇନଥିଲା । ସେଥିପାଇଂ ଅଧିକାଂଶ ଲୋକେ ଫିଲ୍ମ ବିଷୟରେ ଏତେ ଜାଣିପାରିଲେ ନାହିଁ ।