Only for Entertainment

ବିଧୁ ବିନୋଦ ଚୋପ୍ରାଙ୍କ ବଡ ଘୋଷଣା, ନେଇ ଆସୁଛନ୍ତି କଶ୍ମୀର ପରସ୍ଥିତି ଉପରେ ଫିଲ୍ମ ‘ଶିକାରା’ !

24

ବିଧୁ ବିନୋଦ ଚୋପ୍ରା ରବିବାର ନିଜ ଆଗାମୀ ଫିଲ୍ମ ‘ଶିକାରା’ର ଘୋଷଣା କରିଛନ୍ତି । ଫିଲ୍ମ ଜଗତର ପ୍ରସିଦ୍ଧ ନିର୍ମାତା ବିଧୁ ବିନୋଦ ଚୋପ୍ରା ରବିବାର ଦିନ ନିଜ ଆଗାମୀ ଫିଲ୍ମ ‘ଶିକାରା’ର ଘୋଷଣା କରିଛନ୍ତି । ତାଙ୍କର ପୁରୁଣା ହିଟ ଫିଲ୍ମ ‘ପରିନ୍ଦା’ନିକଟରେ ୧୦ବର୍ଷ ପୂରା କରିଛି ।

ବିଧୁ ବିନୋଦ ପ୍ରଡକ୍ସନ ହାଉସ ନିଜ ଅଧିକୃତ ଟ୍ୱିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ ଶେୟାର କରିଛନ୍ତି ଏବଂ ଲେଖିଛନ୍ତି ‘ଫିଲ୍ମ ଶିକାରା-ଏ-ଲବ ଲେଟର ଟୁ କଶ୍ମୀର’୨୧ଫେବୃଆରୀ ୨୦୨୦ରିଲିଜ ହେବ । ଫକ୍ସ ଷ୍ଟାର ହିନ୍ଦୀ ଦ୍ୱାରା ପ୍ରସ୍ତୁତ ଫିଲ୍ମର ନିର୍ଦ୍ଦେଶନା ବିଧୁ ବିନୋଦ ଚୋପ୍ରା କରିବେ ।

ଶିକାରା ପାଇଁ ଅନେକ ଦିନ କାମ ଚାଲିଛି । ଏହି ପ୍ରୋଜେକ୍ଟର ଆରମ୍ଭ ମାର୍ଚ୍ଚ ୨୦୧୮ରେ କଶ୍ମୀରରେ ଆରମ୍ଭ ହୋଇଥିଲା । ଫିଲ୍ମର ନିର୍ମାଣା ବିଧୁ ବିନୋଦ ଚୋପ୍ରା କରୁଛନ୍ତି । ଏହା ପ୍ରଥମ ଥର ନୁହେଁ , ଏହା ପୂର୍ବରୁ ଚୋପ୍ରା କଶ୍ମୀର ଥୀମକୁ ନେଇ ଫିଲ୍ମ ପ୍ରସ୍ତୁତ କରିଛନ୍ତି । ଏହାପୂର୍ବରୁ ସେ ‘ମିଶନ କାଶ୍ମୀର’୨୦୦୦ରେ ପ୍ରସ୍ତୁତ କରିଥିଲେ । ଏହା ଫିଲ୍ମରେ ଅଭିନେତା ହ୍ରିତିକ ରୋଶନ ଏବଂ ସଂଜୟ ଦତ୍ତ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More