Only for Entertainment

ରାଷ୍ଟ୍ରୀୟ ପୁରସ୍କାର ଜିତିବା ପରେ ଆୟୁଷ୍ମାନ ଖୁରାନାଙ୍କ ପ୍ରତିକ୍ରିୟା, କହିଲେ ମୋତେ ନୂଆ ନୂଆ ଚ୍ୟାଲେଞ୍ଜ ନେବା ପସନ୍ଦ

google
44

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ତାଙ୍କୁ ଫିଲ୍ମ ‘ଅନ୍ଧାଧୁନ’ ପାଇଁ ନ୍ୟାସନାଲ ଆୱାର୍ଡ ମିଳିଛି । ବର୍ତ୍ତମାନ ସମୟରେ ଆୟୁଷ୍ମାନ ବଛା ବଛା କଳାକାରଙ୍କ ମଧ୍ୟରୁ ଜଣେ । ନିକଟରେ ଅନୁଭବ ସିହ୍ନାଙ୍କ ଫିଲ୍ମ ଆଟର୍କିଲ ୧୫ରେ ଆୟୁଷ୍ମାନ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ଗମ୍ଭୀର ପୋଲିସ ଚରିତ୍ରକୁ ଦର୍ଶକ ଖୁବ ପ୍ରଶଂସା କରିଥିଲେ । ଆୟୁଷ୍ମାନଙ୍କ କହିବାନୁସାରେ, ତାଙ୍କୁ ଚାଲେଞ୍ଜ ନେବା ବହୁତ ପସନ୍ଦ ।

ayushman-khurana

ସେ କହିଛନ୍ତି, “ଆଗାମୀ ଦିନରେ ଆସୁଥିବା ଚାରୋଟି ଫିଲ୍ମରେ ଦର୍ଶକ ମତେ ଭିନ୍ନ-ଭିନ୍ନ ଚରିତ୍ରରେ ଦେଖିବାକୁ ପାଇବେ । ଏହିଭଳି ଭିନ୍ନ ଭିନ୍ନ ଚରିତ୍ରରେ କାମ କରିବା ମୋ ପାଇଁ ଏକ ବଡ ଚ୍ୟାଲେଞ୍ଜ । ସେ ଏହା ମଧ୍ୟ କହିଛନ୍ତି ଯେ, ମୁଁ ସବୁବେଳେ ନୂଆ ଏବଂ ଏପରି ଏକ ରାସ୍ତା ବାଛିଥାଏ , ଯାହା ଲୋକେ ଖୁବ୍ କମ ଜାଣିଥାନ୍ତି । କାରଣ ଏହା ସବୁବେଳେ ମତେ କିଛି ନୂଆ ଏବଂ କ୍ରିଏଟିଭ କରିବା ପାଇଁ ପ୍ରୋତ୍ସାହିତ କରିଥାଏ ।

ଆୟୁଷ୍ମାନଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ଫିଲ୍ମ ‘ଡ୍ରିମ ଗର୍ଲ’, ‘ବାଲା’, ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ ‘ଗୁଲାବୋ ସିତାବୋ’ ରେ ଦେଖିବାକୁ ମିଳିବ । ଆଶା କରାଯାଉନଛି ଯେ ପୂର୍ବ ଫିଲ୍ମ ଗୁଡିକ ପରି ଏହି ଫିଲ୍ମ ମଧ୍ୟ ଦର୍ଶକ ଏବଂ କ୍ରିଟିକ୍ସଙ୍କୁ ଖୁବ ପସନ୍ଦ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More