Only for Entertainment

ଭାରତର ଏହି ରାଜ୍ୟରେ ଆଜି ମଧ୍ୟ ଅଛନ୍ତି ଭୀମଙ୍କ ରାକ୍ଷାସୀ ପତ୍ନୀ ହିଡିମ୍ବାଙ୍କ ବଂଶଜ

amar ujala
214

ମହାଭାରତ ବିଷୟରେ ଆପଣ କିଛି ନା କିଛି ଜାଣିଥିବେ । ଯେପରିକି କୌରବ ଏବଂ ପାଣ୍ଡବ ମାନେ କିଏ । ଯୁଦ୍ଧରେ କିଏ ଜିତିଥିଲେ, ଏହିପରି ଅନେକ କିଛି । ଆପଣମାନେ ଜଣନ୍ତକି ଆଜି ବି ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ମହାଭାରତର ମହାବଳୀ ଭୀମଙ୍କର ରାକ୍ଷାସୀ ପତ୍ନୀ ହିଡିମ୍ବାଙ୍କ ବଂଶଜ ରହୁଛନ୍ତି  ।

ଆଜ୍ଞା ହଁ, ସେହି ରାଜ୍ୟର ନାମ ନାଗାଲାଣ୍ଡ । ୧୯୬୧ ମସିହାରେ ଏହି ରାଜ୍ୟର ନାମ ନାଗାଲାଣ୍ଡ ରଖାଯାଇଥିଲା, ଏହା ପୂର୍ବରୁ ଏହି ସ୍ଥାନକୁ ନାଗା ହିଲ୍ସ ତୁଏନସାଙ୍ଗ ବୋଲି କୁହାଯାଉଥିଲା । ଆରମ୍ଭରୁ ଏହି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ଥିଲା । ୧ ଡିସେମ୍ବର ୧୯୬୩ ରେ ଏହାକୁ ଦେଶର ୧୬ ତମ ରାଜ୍ୟ ଭାବେ ଗଠନ କରାଗଲା ।

ନାଗାଲାଣ୍ଡ ଭାରତର ଏପରି ଏକ ମାତ୍ର ରାଜ୍ୟ, ଯେଉଁଠାରେ କେବଳ ଏକ ମାତ୍ର ରେଲୱେ ଷ୍ଟେସନ ଓ ବିମାନବନ୍ଦର ଅଛି ଏବଂ ଏହା ରାଜ୍ୟର ସବୁଠାରୁ ବଡ ସହର ଦିମାପୁର ଠାରେ ଅବସ୍ଥିତ । ଦିମାପୁରକୁ ନାଗାଲାଣ୍ଡର ପ୍ରବେଶ ଦ୍ୱାର କୁହାଯାଏ । ଏହି ରାଜ୍ୟର ଉତ୍ତରେ ଅରୁଣାଚଳ ପ୍ରଦେଶ, ପଶ୍ଚିମରେ ଆସାମ, ଦକ୍ଷିଣରେ ରାଜ୍ୟ ଅବସ୍ଥିତ ଓ ପୂର୍ବରେ ମିଆମାର ରହିଛି । ଇଂରାଜୀ ସେଠିକାର ପ୍ରମୁଖ ଭାଷା ଅଟେ । ଏହା ଛଡା ହିନ୍ଦୀ ଏବଂ ୧୬ ଆଦିବାସୀ ଭାଷା ବି କୁହାଯାଏ ।

ଦିମାପୁରର ମହାଭାରତ ଯୁଗର ସାମ୍ରାଜ୍ୟ ଆଜି ବି ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ । ଏଠାରେ ଆଜିବି ହିଡିମ୍ବାର ସମ୍ପତି ଅଛି , ଯେଉଁଠାରେ ସତରଂଜ ର ଗୋଟି ମାନ ମଧ୍ୟ ଦେଖିବାକୁ ମିଳିଥାଏ କିନ୍ତୁ ତାହା ଏବେ ପରତିକ୍ତ ଅବସ୍ଥାରେ ଅଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେଠାରେ ଭୀମ ଏବଂ ତାଙ୍କ ପୁଅ ଘଟୋତ୍କଚ ସତରଂଜ ଖେଳନ୍ତି । ଏହି ସ୍ଥାନରେ ପାଣ୍ଡବ ମାନେ ତାଙ୍କ ବନବାସ ସମୟରେ ଅନେକ ବର୍ଷ ଅତିବାହିତ କରିଛନ୍ତି ।

ଦିମାପୁର ପୂର୍ବରୁ ହିଡିମ୍ବାପୁର ଭାବେ ଜଣାଥିଲା । ମହାଭାରତ ଯୁଗରେ ସେହି ସ୍ଥାନରେ ହିଡିମ୍ବ ଏବଂ ତା ଭଉଣୀ ହିଡିମ୍ବା ରହୁଥିଲେ । ଭୀମ ଓ ହିଡିମ୍ବା ସେହି ସ୍ଥାନରେ ବିବାହ କରିଥିଲେ । ସେଠିକାର ବହୁଲତାରେ ରହୁଥିବା ଡିମାଶା ଜନଜାତିକୁ ହିଡିମ୍ବାର ବଂଶଧର ବୋଲି ମାନନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More