ହରିଦ୍ୱାର ଯାଇ ବାବା ରାମଦେବଙ୍କ ଠାରୁ ଯୋଗ ଶିକ୍ଷା କରୁଛନ୍ତି ସୁନୀଲ ଶେଟ୍ଟୀ
ଅନେକ ଫିଲ୍ମ ତାରକାଙ୍କ ପରେ ଏବେ ଅଭିନେତା ସୁନୀଲ ଶେଟ୍ଟୀ ମଧ୍ୟ ବାବା ରାମଦେବଙ୍କ ଶରଣ ପସିଛନ୍ତି । ସେ ନିକଟରେ ହରି ଦ୍ୱାର ଯାଇ ବାବା ରମଦେବଙ୍କ ଠାରୁ ଯୋଗ ଶିକ୍ଷା କରିଛନ୍ତି ।
ବାବା ରମଦେବ ନିକଟରେ ଏକ ଫଟୋ ସେୟାର କରିଥିଲେ । ଏହି ଫଟୋରେ ସୁନୀଲ ଶେଟ୍ଟୀ ବାବା ରାମଦେବଙ୍କ ସହିତ ଧ୍ୟାନ ମୁଦ୍ରାରେ ବସିଛନ୍ତି । ଏହାର କ୍ୟାପସନରେ ରମଦେବ ବାବା ଲେଖିଥିଲେ ସୁନୀଲ ଶେଟ୍ଟୀ ହରିଦ୍ୱାର ସ୍ଥିତ ପତଞ୍ଜଳି ଯୋଗପୀଠକୁ ଆସିଥିଲେ । ଏଠାରେ ସେ ଯୋଗଭ୍ୟାସ କରିଥିଲେ ।
ଏହି ଫଟୋକୁ ନେଇ ଅନେକ ଲୋକ ସୁନୀଲ ଶେଟ୍ଟୀଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି । କେହି କେହି ଯୋଗ ମୁଦ୍ରା ଅଜିବ ବୋଲି କହିଥିଲେ ତ କିଏ କହିôତଲେ ଶେଟ୍ଟୀ ବାବା । ଏହା ପୂର୍ବରୁ ବାବା ଅଭିନେତା ରଣବୀର ସିଂଙ୍କୁ ମଧ୍ୟ ଯୋଗ ଶିକ୍ଷା ଦେଇଥିଲେ ।