Only for Entertainment

ଓଲିଉଡ ଜଗତର ସାନ ବାବୁସାନଙ୍କର ଆଜି ବିବାହ ବାର୍ଷିକ, ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ ଫ୍ୟାନ୍ସ ।

YouTube
0 175

ଓଡିଶାବାସୀଙ୍କ ଦିଲ୍ ର ସାନ ବାବୁସାନ । ଓଲିଉଡ ଜଗତରେ ବାପାଙ୍କ ପରେ ବାଳୁଙ୍ଗା ଟୋକା ହୋଇ ଦର୍ଶକଙ୍କ ମନ ଜିତିଥିବା ବାବୁସାନଙ୍କର ଆଜି ବିବାହ ବାର୍ଷିକ । ଅନେକ ଫ୍ୟାନ୍ସ ମାନେ ତାଙ୍କୁ ସୋସିଆଲ ମିଡିଆରେ ବିବାହ ବାର୍ଷିକର ଶୁଭେଚ୍ଛା ଜଣାଇଛନ୍ତି । ୨୦୧୪ ଜୁଲାଇ ୬ରେ ସେ ତୃପ୍ତି ଶତପଥିଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ବିବାହ ଅତି ଆଡମ୍ବର ପୂର୍ଣ୍ଣ ନ ହୋଇ ଆର୍ଯ୍ୟ ସମାଜ ଅଧୀନରେ ହୋଇଥିଲା ।


ଏଠାରେ ଆମେ କହି ରଖୁଛୁ ଯେ ସିନେ ଅଭିନେତା ଉତ୍ତମ ମହାନ୍ତି ଏବଂ ଅଭିନେତ୍ରୀ ଅପରାଜିତାଙ୍କ ଏକମାତ୍ର ସନ୍ତାନ ଅଟନ୍ତି ବାବୁସାନ । ବାପା ମା’ଙ୍କ ଭଳି ସେ ମଧ୍ୟ ନିଜ ଅଭିନୟରେ ସମସ୍ତ ଦର୍ଶକଙ୍କ ମନକୁ ଜିତି ପାରିଛନ୍ତି ଏବଂ ବର୍ତ୍ତମାନର ଯୁବ ପିଢି ତାଙ୍କ ସିନେମାଙ୍କୁ ଖୁବ ପସନ୍ଦ କରୁଛନ୍ତି । ନିକଟରେ ତାଙ୍କର ଫିଲ୍ମ ରିଲିଜ ହୋଇଥିଲା ସୁନ୍ଦରଗଡ ସଲମାନ ଖାନ ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଥିଲା । ଗତ କିଛି ଦିନ ତଳେ ତାଙ୍କର ଫ୍ୟାନ୍ସ ମାନେ ବାବୁଶାନଙ୍କ ପାଇଁ ଏକ ‘ବାବୁସାନ ଫ୍ୟାନ’ଗୀତ ପ୍ରସ୍ତୁତ କରିଥିଲେ । ଯାହାକୁ କଣ୍ଠଦାନ ଦେଇଥିଲେ ତାରିକ୍ ଅଜିଜ୍ । ଯାହା ଏବେ ଚହଳ ସୃଷ୍ଟି କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More