Only for Entertainment

ପରଦାକୁ ଫେରିବେ ଓଲିଉଡ୍ ରୋମାଂଟିକ୍ ହିରୋ ‘ସାନୁ’

youtube
0 45

ଓଲିଉଡ୍ ପରଦାରେ ପୁଣିଥରେ ନିଜ ରୋମାଂଟିକ୍ ଅନ୍ଦାଜ୍ ପରଶି ବାକୁ ଯାଉଛନ୍ତି ହ୍ୟାଣ୍ଡସମ୍ ଅଭିନେତା ସାନୁ । ହାଲୋ ଫିଲ୍ମ ଜରିଆରେ ଅଭିନୟରେ ଏଂଟ୍ରି କରିଥିବା ଏହି ହ୍ୟାଣ୍ଡସମ୍ ଅଭିନେତାଙ୍କୁ ଦ୍ୱିତୀୟ ଥର ପାଇଁ ପରଦାରେ ଦେଖିବାକୁ ମିଳିବ ଆଗାମୀ ଫିଲ୍ମ ‘ଚାମ୍ପିଅନ୍’ରେ । ଏହି ଅପକମିଂ ସିନେମାର ପୋଷ୍ଟର୍ ସୋସିଆଲ୍ ମିଡିଆରେ କରିଛନ୍ତି ସେୟାର୍ ।

 

() ପୁଣି ନିଜ ରୋମାଂଟିକ୍ ଅନ୍ଦାଜରେ ଅଡିଏନ୍ସଙ୍କୁ ଏଂଟର୍ଟେନ୍ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ରୋମାଂଟିକ୍ ହିରୋ ସୁଧାଂଶୁ ନାରାୟଣ ଦାଶ ଓରଫ୍ ସାନୁ । ଆଗାମୀ ଓଡିଆ ସ୍ପୋର୍ଟସ୍ ଡ୍ରାମା ଫିଲ୍ମ ‘ଚାମ୍ପିଅନ୍’ରେ ସ୍ଥାନ ପାଇବ ସୁଧାଂଶୁଙ୍କ ଦମଦାର୍ ଅଭିନୟ । ନିଜର ଏହି ଅପକମିଂ ଫିଲ୍ମର ଲୁକ୍ସ ସୋସିଆଲ୍ ସାଇଟ୍ ଇଂଷ୍ଟାଗ୍ରାମ୍ରେ ସେୟାର୍ କରିଛନ୍ତି ସାନୁ । କୁର୍ତା, ପଜାମା ସହ ସଲାମ୍ କରିବାରେ ନଜର ଆସିଛନ୍ତି ଅଭିନେତା ସାନୁ । ଡନ୍ଙ୍ଗ୍ୟୁ ଏଂଟର୍ଟେନ୍ମେଂଟ୍ ବ୍ୟାନର୍ରେ ପ୍ରସ୍ତୁତ ହେଉଥିବା ଏହି ସିନେମାରେ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ଜଣେ ବକ୍ସର୍ ଭୂମିକାରେ ଦେଖିବାକୁ ମିଳିବ । ଏହି ଅପକମିଂ ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି କେ. ମୂରଲୀକ୍ରିଷ୍ଣା । ତେବେ ଅଭିନେତା ସାନୁଙ୍କ ଏହା ଦ୍ୱିତୀୟ ଓଲିଉଡ୍ ସିନେମା ହେବାକୁ ଯାଉଛି । ନିର୍ଦ୍ଦେଶକ ସୁଶାନ୍ତ ମଣିଙ୍କ ରୋମାଂଟିକ୍ ଫିଲ୍ମ ‘ହାଲୋ’ ଜରିଆରେ ଓଲିଉଡ୍ରେ ଏଂଟ୍ରି କରିଥିଲେ ସାନୁ । ଫିଲ୍ମରେ ସାନୁଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଥିଲେ ନବାଗତା ସୁଶ୍ରୀ ରଥ । ଦୁହିଁଙ୍କ ପେୟାରିଂକୁ ଅଡିଏନ୍ସ କରିଥିଲେ ଢେର୍ ପସନ୍ଦ । ଆଉ ଓଡିଆ ଇଣ୍ଡଷ୍ଟ୍ରୀରେ ଲୋକପ୍ରିୟ ହୋଇଥିଲେ ଏହି ହ୍ୟାଣ୍ଡସମ୍ ଆକ୍ଟର୍ । ଏହାଛଡା ଏକାଧିକ ଓଡିଆ ମ୍ୟୁଜିକ୍ ଭିଡିଓ ଆଲବମ୍ରେ ମଧ୍ୟ ସାନୁଙ୍କ ଅଭିନୟର ଝଲକ ଦେଖିବାକୁ ମିଳିଛି । ଯାହା ପାଇଁ ଓଲିଉଡ୍ରେ ରୋମାଂଟିକ୍ ନାୟକର ଆଖ୍ୟା ପାଇଛନ୍ତି ସେ । ତାଙ୍କ ଅଭିନୀତ ଅନେକ ମ୍ୟୁଜିକ୍ ଭିଡିଓ ହୋଇଛି ହିଟ୍ । ଆଉ ସୋସିଆଲ୍ ମିଡିଆରେ ବି ବେଶ ଲୋକପ୍ରିୟ ହୋଇଛନ୍ତି ସାନୁ । ଏବେ ଚଳଚ୍ଚିତ୍ର ‘ଚାମ୍ପିଅନ୍’ ଜରିଆରେ ପୁଣିଥରେ ପରଦାକୁ ଫେରିବେ ଏହି ହ୍ୟାଣ୍ଡସମ୍ ଅଭିନେତା । ତେବେ ସିନେମାରେ ଅର୍ଚ୍ଚିତାଙ୍କ ସହ ତାଙ୍କ ପେୟାରିଂ ହେବ, କି ଫିଲ୍ମରେ ରହିବ ତାଙ୍କର କିଛି ଭିନ୍ନ ଚରିତ୍ର, ସେ କଥା ଆଗାମୀ ଦିନରେ ଜଣା ପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More