Only for Entertainment

ଓଡ଼ିଶାରେ ବଲିଉଡର ହ୍ୟାଣ୍ଡସମ ଆକ୍ଟର ସିଦ୍ଧାର୍ଥ ଶୁକ୍ଲା ।

masala
0 50

ଓଡିଶାରେ ବଲିଉଡ୍ର ହ୍ୟାଣ୍ଡସମ୍ ଅଭିନେତା ସିଦ୍ଧାର୍ଥ ଶୁକ୍ଳା । ପ୍ରସ୍ତୁତ ହେବାକୁ ଥିବା ଏକ ମ୍ୟୁଜିକାଲ୍ ସର୍ଟ ଫିଲ୍ମରେ ଏହି ହ୍ୟାଣ୍ଡସମ୍ ଅଭିନେତାଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିବ । ଯେଉଁଥିରେ ସିଦ୍ଧାର୍ଥଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ଓଲିଉଡ୍ ସୁନ୍ଦରୀ ଦୀପିକା । ଏହି ଗୀତର ସୁଟିଂ ପାଇଁ ଏବେ ଓଡିଶା ଆସିଛନ୍ତି ସିଦ୍ଧାର୍ଥ । ଆଉ ତାଙ୍କୁ ଏହି ମ୍ୟୁଜିକ୍ ଭିଡିଓର ସାମ୍ବାଦିକ ସମ୍ମିଳନୀରେ ଦେଖିବାକୁ ମିଳିଥିଲା ।

ନିଜ ଷ୍ଟାଇଲ୍ ଓ ଭିନ୍ନ ଅନ୍ଦାଜ ପାଇଁ ବଲିଉଡ୍ରେ ପରିଚିତ ଅଭିନେତା ସିଦ୍ଧାର୍ଥ ଶୁକ୍ଳା୍ଙ୍କୁ ଦେଖିବାକୁ ମିଳିବ ଓଡିଆ ମ୍ୟୁଜିକ୍ ଭିଡିଓରେ । ଧାରାବାହିକ ବାଲିକା ବଧୁ ଏବଂ ହିନ୍ଦୀ ଫିଲ୍ମ ବଦ୍ରିନାଥ କି ଦୁଲହନିୟା ଭଳି ପ୍ରୋଜେକ୍ଟରେ ନିଜ ଆକର୍ଷଣୀୟ ଅଭିନୟ ପରଶି ଅଡିଏନ୍ସଙ୍କ ଫେବରେଟ୍ ହୋଇ ପାରିଥିବା ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଏକ ରୋମାଂଟିକ ମ୍ୟୁଜିକାଲ୍ ସର୍ଟ ଷ୍ଟୋରୀ ।

ନିକଟରେ ଏହି ସର୍ଟ ଫିଲ୍ମର ପ୍ରେସ୍ ମିଟ୍ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଠି ଏହି ହ୍ୟାଣ୍ଡସମ୍ ଅଭିନେତାଙ୍କ ସହ ନଜର ଆସିଥିଲେ ଓଲିଉଡ୍ ସୁନ୍ଦରୀ ଦୀପିକା । ଓଡିଆ ଫିଲ୍ମ ଟାଇଗର୍ରେ ନାୟିକା ହୋଇ ନିଜ ଜଲୱା ପରଦାରେ ଦେଖାଇଲେ ଦୀପ୍ତି । ଏହା ଛଡା ଅନେକ ସିନେମାରେ ଆଇଟମ୍ ଗର୍ଲ ହୋଇ ମଧ୍ୟ ଦୀପିକା ଦେଖାଇଛନ୍ତି କମାଲ୍ । ହେଲେ ଏବେ ବଲିଉଡ୍ର ଏହି ହ୍ୟାଣ୍ଡସମ୍ ଅଭିନେତାଙ୍କ ଅନସ୍କ୍ରିନ୍ ନାୟିକା ହେବାର ସୁଯୋଗ ମିଳିଛି ତାଙ୍କୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More