Only for Entertainment

ଆପଣ ମଧ୍ୟ କଇଁଛ ମୁଦି ପିନ୍ଧୁଛନ୍ତି କି?

dx.com
0 373

ଜୀବନରେ ସଫଳତା ହାସଲ କରିବା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି। ହେଲେ ସମସ୍ତଙ୍କୁ ସଫଲତାର ସ୍ୱାଦ ମିଳେନାହିଁ। ଚୀନରେ ବାସ୍ତୁଦୋଷ ଦୂର କରି ସଫଳତା ହାସଲ ପାଇଁ ଲୋକେ ଘରେ ହସୁଥିବା ବୁଦ୍ଧ, ତିନି ଗୋଡ ଥିବା ମାଠିଆ ଆଦି ଜିନିଷର ରଖିଥାନ୍ତି। ସେହିପରି ଚୀନର ଲୋକମାନେ ବାସ୍ତୁଦୋଷ ଦୂର କରିବା ପାଇଁ କଇଁଛ ମୁଦିର ବ୍ୟବହାର କରିଥାନ୍ତି। ସାଧାରଣ ମୁଦି ପରି କଇଁଛ ଆକାରର ଏହି ମୁଦିରେ ବିଭିନ୍ନ ପଥରର ବ୍ୟବହାର କରାଯାଏ। ଫେଙ୍ଗସୁଇ ଅନୁସାରେ କଇଁଛ ମୁଦି ଭବିଷ୍ୟତ ପାଇଁ ଶୁଭ ଓ ଲାଭଦାୟକ ବୋଲି ବିବେଚନା କରାଯାଏ। ଆସନ୍ତୁ ଜାଣିବା କଇଁଛ ମୁଦିର କଣ ସଫଳତା ରହିଛି।

 


– କଇଁଛ ମୁଦି ପିନ୍ଧିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ବଦଳରେ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଏହାସହ ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ।

– ଭାରତୀୟ ଶାସ୍ତ୍ର ଅନୁସାରେ କଇଁଛକୁ ଲକ୍ଷ୍ମୀଙ୍କ ପ୍ରତିମା ବୋଲି ବିବେଚନା କରାଯାଏ। ତେଣୁ ଏହି ମୁଦି ପିନ୍ଧିିବା ଦ୍ୱାରା ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।

– ଏହା ବ୍ୟତୀତ କଇଁଛ ଧୈର୍ଯ୍ୟ ଓ ସହନଶୀଳତାର ପ୍ରତିକ। ଏହାକୁ ପିନ୍ଧିବା ଦ୍ୱାରା ମଣିଷ ମଧ୍ୟରେ ଧୈର୍ଯ୍ୟ ଶକ୍ତି ବୃଦ୍ଧି ହୋଇଥାଏ।

– ରୁପାର କଇଁଛ ମୁଦି ପିନ୍ଧିଲେ ହିଁ ଭବିଷ୍ୟତରେ ଶୁଭଫଳ ହାସଲ କରିପାରିବେ।

– ଏହି ମୁଦିକୁ ସବୁବେଳେ ଡାହାଣ ହାତରେ ପିନ୍ଧିବା ଦରକାର। ବାମ ହାତରେ ପିନ୍ଧିଲେ ଶୁଭଫଳ ମିଳିନଥାଏ।

– ଡାହାଣ ହାତର ଅନାମିକା କିମ୍ବା ବିଷି ଆଙ୍ଗୁଠିରେ ପିନ୍ଧିବା ଦରକାର।

– କଇଁଛ ମୁଦି ପିନ୍ଧିବା ସମୟରେ ସବୁବେଳେ ଧ୍ୟ୍ୟାନ ଦେବା ଦରକାର ଯେ, କଇଁଛର ମୁଣ୍ଡ ସବୁବେଳେ ଆଙ୍ଗୁଠି ବାହାରକୁ ରହିବା ଦରକାର।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More