Only for Entertainment

ଆପଣ ମଧ୍ୟ କରୁଛନ୍ତି କି ଏହି ସବୁ କାମ, ଭୋଗିପାରନ୍ତି ଗ୍ରହଦୋଷ

GoldWiser
0 68

ଆମର ଭଲ ଏବଂ ଖରାପ ଅଭ୍ୟାସର ପ୍ରଭାବ ନା କେବଳ ଆମ ସ୍ୱସ୍ଥ୍ୟ ଉପରେ ପଡିଥାଏ ବରଂ ଆମ ଭାଗ୍ୟକୁ ଗଢି ପାରେ ଏବଂ ନଷ୍ଟ ମଧ୍ୟ କରିପାରେ । ସମସ୍ତଙ୍କ ମଧ୍ୟରେ ଏପରି ଖରାପ ଅଭ୍ୟାସ ଥାଏ ଯାହା ଆମ ଜୀବନ ଉପରେ ଖରାପ ପ୍ରଭାବ ପକାଇବା ସହିତ ଏଥିପାଇଁ ଗ୍ରହଦୋଷ ମଧ୍ୟ ପଡିଥାଏ । ଆସନ୍ତୁ ଜାଣିବା କେଉଁ କେଉଁ ଖରାପ ଆଭ୍ୟାସ ପାଇଁ ଆମକୁ ଗ୍ରହଦଷା ଭୋଗିବାକୁ ପଡିଥାଏ ।
 

  • ଗାଧୁଆ ଘରକୁ ଅପରିଷ୍କାର ରଖିବା : ଅଧିକାଂଶ ଲୋକ ଗାଧୋଇବା ପରେ ବାର୍ଥରୁମକୁ ସଫା ନକରି ଅପରିଷ୍କାର ଭାବେ ଛାଡି ଦିଅନ୍ତି ଏପରି କରିବା ଦ୍ୱାରା ଚନ୍ଦ୍ରଙ୍କର ଅଶୁଭ ଫଳ ଲାଭ ହୋଇଥାଏ ।
  • ଅଇଁଠା ବାସନ ନଉଠାଇବା : ଅନେକ ଲୋକ ଖାଇସାରିବା ପରେ ଥାଳୀକୁ ନଉଠାଇ ଉଠି ଯାଇଥାନ୍ତି । ଏହା ଏକ ଖରାପ ଅଭ୍ୟାସ । କୁହାଯାଏ ଖାଇସାରିବା ପରେ ଯଦି ଅଇଁଠା ବାସନକୁ ନପକାଇ ସଫା କରାଯାଏ ତେବେ ଶନି ଏବଂ ଚନ୍ଦ୍ର ଦୋଷ ଦୂର ହୋଇଥାଏ । ଏହା ସହିତ ମା’ ଲକ୍ଷ୍ମୀଙ୍କ ପ୍ରସନ୍ନତା ମଧ୍ୟ ମିଳିଥାଏ ।
  • ଅଧିକ ରାତି ପର୍ଯ୍ୟନ୍ତ ନ ଶୋଇବା : ଆଜିକାଲିର ଆଧୁନିକ ଜାବନଶୈଳୀରେ ରାତିରେ ଡେରିରେ ଶୋଇ ଡେରିରେ ଉଠିବା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି । ଏହା କରିବା ଦ୍ୱାରା ଚନ୍ଦ୍ର ଗ୍ରହ ଅଶୁଭ ଫଳ ପ୍ରଦାନ କରିଥାନ୍ତି ।
  • ବିଛଣାକୁ ନ ସଜାଡି ରଖିବା : ଯେଉଁ ଘରେ ବଛଣା ସଜଡା ନହୋଇ ପଡିରହିଥାଏ ସେଠାର ରାହୁର ଅଶୁଭ ପ୍ରଭାବ ଦେଖିବାକୁ ମିଳିଥାଏ । ବିଛଣା ଅସଜଡା ରଖିବା ଦ୍ୱାରା ଜାବନଶୈଳୀ ଉପରେ ଖରାପ ପ୍ରଭାବ ପଡିବା ସହିତ ସ୍ୱସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।
  • ନିଶା ଦ୍ରବ୍ୟ ସେବନ କରିବା : ସମସ୍ତେ ଜାଣନ୍ତି ଯେ ନିଶା ବ୍ୟକ୍ତିର ଆୟୁକୁ କମ କରି ଦେଇଥାଏ । ମାଦକ ଦ୍ରବ୍ୟ ସେବନ କରିବା ଦ୍ୱାରା ରାହୁର ବିପରୀତ ପ୍ରଭାବ ପଡିଥାଏ ।
  • ବୃଦ୍ଧବ୍ୟକ୍ତିଙ୍କୁ ଅପମାନ କରିବା : ଯଦି କୌଣସି ବ୍ୟକ୍ତି ବୟସ୍କ ବ୍ୟକ୍ତିଙ୍କର ଅପମାନ କରିଥାଏ ତେବେ ସେହି ବ୍ୟକ୍ତିଙ୍କ ଘରର ଶୋଭା ନଷ୍ଟ ହୋଇଥାଏ ଓ ବ୍ୟକ୍ତିର ଅବନତି ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More