Only for Entertainment

୧୦୦ କୋଟି କ୍ଲବରେ ସାମିଲ ହେଲା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ବାଲା’, ଖୁସିରେ ମେକର୍ସ ରଖିଲେ ଗ୍ରାଣ୍ଡ ପାର୍ଟି

latestly
17

ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ବାଲା’ ବକ୍ସ ଅଫିସରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ଏହି ରେକର୍ଡ ସହିତ ଆୟୁଷ୍ମାନ ଖୁରାନାଙ୍କୁ ଆଉ ଏକ ସଫଳତା ମିଳିଛି । ଫିଲ୍ମର ସଫଳତା ପରେ ମେକର୍ସ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ଇଣ୍ଡଷ୍ଟ୍ରିର ଅନେକ କଳାକାର ସାମିଲ ହୋଇଥିଲେ ।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମର ସଫଳତା ବିଷୟରେ ଟ୍ୱଟ କରି ଜଣାଇ ଥିଲେ । ତରଣ ଆଦର୍ଶଙ୍କ ଅନୁସାରେ ଫିଲ୍ମ ଶୁକ୍ରବାର ୧.୩୫ କୋଟି ଆୟ କରି ୧୦୦ କୋଟି କ୍ଲବରେ ସାମିଲ ହୋଇଛି ଯାହାକୁ ସମସ୍ତେ ଅପେକ୍ଷା କରି ରହିଥିଲେ । ଫିଲ୍ମ ସମୁଦାୟ ୧୦୦.୧୫ କୋଟି ଆୟ କରିଛି ।

ଆପଣଙ୍କୁ କହିରଖୁଛୁ, ମୁମ୍ବାଇର ଏକ ପଂଚ ତାରକା ହୋଟେଲରେ ଏହି ସଫଳତାର ପାର୍ଟି ରଖାଯାଇଥିଲା । ପାର୍ଟିରେ ଆୟୁଷ୍ମାନ ଖୁରାନା ପତ୍ନୀ ତାହିରାଙ୍କ ସହିତ ପହଁଚିଥିଲେ । ସେହିପରି ଭୂମି ପେଡନେକର ଏବଂ ୟାମୀ ଗୌତମ ମଧ୍ୟ ପାର୍ଟିରେ ସାମିଲ ହୋଇଥିଲେ । ଏହି ତାରକାଙ୍କ ବ୍ୟତିତ ବୋନୀ କପୁର, ବାଣୀ କପୁର ଏବଂ ଅପାରଶକ୍ତି ଖରାନା ମଧ୍ୟ ପାର୍ଟିରେ ସାମିଲ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More