Only for Entertainment

୮୫ ଲକ୍ଷରେ ବିକ୍ରି କରାଗଲା କାନ୍ଥରେ ଲାଗି ରହିଥିବା ଏହି କଦଳୀ

62

ଆମେରିକାରେ ସେଲୋ ଟେପ ଜରିଆରେ କାନ୍ଥରେ ଲାଗିଥିବା ଏକ କଦଳୀ ଏବେ ଖୁବ ଚର୍ଚ୍ଚାରେ ରହିଛି । ଏହାକୁ ମିୟାମି ବିଚରେ ଆର୍ଟ ବେସଲରେ ବୁଧବାରକୁ ୮୫.୮୧ ଲକ୍ଷରେ ବିକ୍ରି କରାଯାଇଛି । ବାସ୍ତବରେ ଏହା ଏକ କଳାକୃତି ଯାହାକୁ ଇଟାଲୀର ପ୍ରସିଦ୍ଧ କଳାକାର ମୌରିଜିୟା କ୍ୟାଟେଲନ ତିଆରି କରିଛନ୍ତି । ସେ ଏହିଭଳି ତିନୋଟି କଳାକୃତି ତିଆରି କରି ସାରିଛନ୍ତି । ଏଥିରୁ ଦୁଇଟିର ବିକ୍ରି ସରିଛି । ଶେଷଟି ବିକ୍ରି କରିବାକୁ ରଖାଯାଇଛି ଯାହାର ମୂଲ୍ୟ ଅନ୍ୟ ଦୁଇଟି ଅପେକ୍ଷା ଅଧିକ ହୋଇପାରେ । ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଗତ କିଛି ଦିନ ପୂର୍ବରୁ ସେହି କଳାକାର ଏକ ଟଏଲେଟ ନିର୍ମାଣ କରିଛନ୍ତି ଯାହା ୧୮ କ୍ୟାରେଟ ସୁନାରେ ପ୍ରସ୍ତୁତ । ତାଙ୍କ କହିବା ଅନୁସାରେ ସେ ଏହି ସବୁ ମାଧ୍ୟମରେ କିଛି ବାର୍ତ୍ତା ଦେବାକୁ ଚାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More