Only for Entertainment

କଙ୍ଗନାଙ୍କ ଉପରେ ରାଗିଲେ ଏହି ଫିଲ୍ମର ନିର୍ଦ୍ଦେଶକ, କହିଲେ କେତେ ମିଛ କୁହନ୍ତି ଏହି ଅଭିନେତ୍ରୀ ।

amarujala
0 41

ବଲିଉଡ କ୍ୱିନ କଙ୍ଗନା ରଣାୱତ କେବଳ ସୁନ୍ଦର ଅଭିନୟ ପାଇଁ ନୁହଁନ୍ତି ନିଜର ବିବାଦ ଏବଂ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । କିଛି ଦିନ ହେବ କଙ୍ଗନାଙ୍କୁ ନେଇ ଖବର ଆସିଥିଲା ଯେ ସେ ‘ବିୟୋଣ୍ଡ ଦ କ୍ଲାଉଡ୍ସ’ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଇଛନ୍ତି । ମାତ୍ର ଏହାକୁ ନେଇ ଫିଲ୍ମ ନିର୍ଦ୍ଦେଶକ କରିଛନ୍ତି ଖୁଲାସା ।

ଏକ ସାକ୍ଷାତକାରରେ ଈରାନୀ ନିର୍ଦ୍ଦେଶକ ମାଜିଦ ମଜିଦି କଙ୍ଗନା ଦେଇଥିବା ବୟାନକ ଖାରଜ କରିଛନ୍ତି । ସେ କହିଛନ୍ତି ଯେ ଏହି ଫିଲ୍ମ ପାଇଁ ସେ କଙ୍ଗନା ଏବଂ ଦୀପିକାଙ୍କୁ ଆପ୍ରୋଚ କରିଥିଲେ, ମାତ୍ର କୌଣସି କାରଣରୁ ଏହା ସ୍ପଷ୍ଟ ହୋଇ ପାରିନଥିଲା ତେଣୁ ମାଲବିକା ମୋହନନଙ୍କୁ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ବଛାଯାଇଥିଲା ।

କଂଗନାଙ୍କ ସହ କାମ ନକରିପାରିବାରୁ ତାଙ୍କୁ ଏଭଳି କିଛି ଶୁଣିବାକୁ ମିଳିଥିଲା ଯାହା ତାଙ୍କୁ ଖୁବ ଖରାପ ଲାଗିଥିଲା ବୋଲି ମଜିଦି କହିଛନ୍ତି ।

କଂଗନାଙ୍କ ମୁହଁରୁ ଫିଲ୍ମ ପାଇଁ ଅସ୍ୱୀକାର କରିଦେଇଥିବା କଥା ମିଥ୍ୟା ଅଟେ, ଯାହା ଶୁଣି ମଜିଦିଙ୍କୁ ଖରାପ ଲାଗିଥିବା ଏକ ସାକ୍ଷାତକାରରେ କହିଛନ୍ତି । ଏହା ଶୁଣିବା ମାତ୍ରେ ଯେତେବେଳେ ସେ କଂଗନାଙ୍କୁ କଂଟାକ୍ଟ କରିଥିଲେ ସେଠାରୁ ଜାଣିବାକୁ ମିଳିଥିଲା ଯେ କଂଗନା ନୁହଁନ୍ତି ତାଙ୍କର ଅଫିସର ମେମ୍ବର ଏହି ଖବର ପବ୍ଲିଶ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More