Only for Entertainment

ଭାରତ ଫିଲ୍ମ ସେଟରୁ ଆଉ ଏକ ଫଟୋ ଆସିଲା ସାମ୍ନାକୁ, କିଛି ଏଭଳି ଅନ୍ଦାଜରେ ବାଘା ବର୍ଡରରେ ଛିଡା ହୋଇଥିବାର ନଜର ଆସିଲେ ସଲମାନ ଏବଂ କ୍ୟାଟ !

21

ସଲମାନ ଖାନ ଲଗାତାର ନିଜ ଆଗାମୀ ଫିଲ୍ମ ଭାରତ ପାଇଁ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ପୂର୍ବେ ସଲମାନ ଫିଲ୍ମ ଭାରତ ଟିମ ସହ ପଂଜାବର ଲୁଧିଆନାରେ ଏହି ଫିଲ୍ମର ସୁଟିଂ ପୂରା କରୁଛନ୍ତି । ଅସଲରେ ସଲମାନ ଭାରତ ସୁଟିଂରେ ଖୁବ ବ୍ୟସ୍ତ ଅଛନ୍ତି । ଗତକାଲି ଆମେ ଆପଣଙ୍କ ସହ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ କ୍ୟାଟ କ୍ୟାମେରା ଧରି ସଲମାନଙ୍କ ଫଟୋ ଉତାରୁଥିବାର ନଜର ଆସିଥିଲେ,ଏବଂ ଏହି ଫଟୋକୁ ଶେୟାର କରିଥିଲେ ଅତୁଲ ଅଗ୍ନିହୋତ୍ରୀ ।

ସେହିଭଳି ଆଜି ମଧ୍ୟ ସୁଟିଂ ସେଟର ଏକ ଫଟୋ ସାମ୍ନାକୁୁ ଆସିଛି । ତେବେ ଏହି ଫଟୋରେ ସଲମାନ ଏବଂ କ୍ୟାଟ ବାଘା ବର୍ଡର୍ରରେ କିଛି ଏଭଳି ଅନ୍ଦାଜରେ ଛିଡା ହୋଇ ପାକିସ୍ତାନକୁ ଚାହିଁ ଥିବାର ନଜର ଆସିଛନ୍ତି । ତେବେ ସଲମାନ ସୁଟିଂରେ ବ୍ୟସ୍ତ ଥାଇ ମଧ୍ୟ ସୋସିଆଲ ମିଡିଆରେ ଫଟୋ ଶେୟାର କରିବାକୁ ଭୂଲୁ ନାହାନ୍ତି । ଯାହା ଏବେ କିଛି ଘଂଟା ପୂର୍ବେ ଟ୍ୱିଟରରେ ଶେୟାର କରାଯାଇଥିଲା ।

ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମଟି ୨୦୧୯ରେ ଇଦ ସମୟରେ ରିଲିଜ କରାଯିବ । ଏହି ଫିଲ୍ମରେ ସଲମାନ ଏବଂ କ୍ୟାଟରୀନାଙ୍କ ବ୍ୟତୀତ ନଜର ଆସିବେ ତବୁ, ଦୀଶା ପାଟନୀ ଏବଂ ସୁନୀଲ ଗ୍ରୋବର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More