ଭାରତୀଙ୍କ ବିବାହକୁ ୧ ବର୍ଷ,ଆନିଭର୍ସରୀରେ ଶେୟାର କଲେ ଭିଡ଼ିଓ ।
କମେଡିଅନ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟାଙ୍କ ବିବାହକୁ ୧ ବର୍ଷ ପୂରିଯାଇଛି । ଗତ ବର୍ଷ ୩ ଡିସେମ୍ବରକୁ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଖାସ ଦିନକୁ ଭାରତୀ ଖାସ ଅନ୍ଦାଜରେ ପାଳନ କଲେ ।
ଭାରତୀ ଏକ ଭିଡ଼ିଓ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଯାହା ଉଭୟଙ୍କ ବିବାହ ସମୟର ଭିଡ଼ିଓ ।ଭିଡ଼ିଓରେ ହଳଦୀ ବିଧି,ମେହେନ୍ଦୀ,ବିବାହ ଓ ରିସେପସନରକୁ ଯୋଡ଼ା ଯାଇଛି ।ଏହା ସହିତ ଭାରତୀ ସୁନ୍ଦର କ୍ୟାପ୍ସନ ମଧ୍ୟ ଦେଇଛନ୍ତି ।
ବିବାହ ପରେ ମଧ୍ୟ ଭାରତୀ ପରଦାରେ ସକ୍ରିୟ ଅଛନ୍ତି । ନିକଟରେ ସେ ଇଣ୍ଡିଆଜ ଗଟ ଟ୍ୟାଲେଂଟରେ ଉପସ୍ଥାପନା କରୁଛନ୍ତି ।