Only for Entertainment

କପିଲଙ୍କ ସହିତ କାମ କରିବା ପାଇଁ ୯ ମାସ ଅପେକ୍ଷା କଲେ ଭାରତୀ ।

aajtak
17

କିଛି ମାସ ଟିଭି ପରଦାରୁ ଦୂରେଇ ରହିବା ପରେ ଟିଭି ପରଦାକୁ ଫେରୁଛନ୍ତି କମେଡ଼ିଆନ କପିଲ ଶର୍ମା । ଭାରତୀ ଲମ୍ବା ସମୟ ଧରି କପିଲଙ୍କ ସହିତ କାମ କରିଛନ୍ତି ଏବଂ ଏବେ ପୁଣିଥରେ ସେ କପିଲଙ୍କ ସହିତ ପରଦାରେ ନଜର ଆସିବେ । ନିକଟରେ ଏକ ଇଂଟରଭ୍ୟୁରେ ଭାରତୀ କହିଛନ୍ତିଯେ ସେ କପିଲଙ୍କ ସହିତ କାମ କରିବା ପାଇଁ ୯ ମାସ ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି ।

ଶୋ’ରେ ଭାରତୀ ତିତଲି ଯାଦବଙ୍କ ଚରିତ୍ରରେ ଅଭିନୟ କରୁଥିବାର ନଜର ଆସିବେ । ତେବେ ଜନତାଙ୍କ ଠାରୁ ନିଜେ ଅଧିକ ଉତ୍ସାହିତ ଅଛନ୍ତି ଭାରତୀ । ଯେତେବେଳେ କୁହାଗଲା ଶୋ ମନ୍ଦ ହେବାକୁ ଯାଉଛି କପିଲଙ୍କୁ ଭାରତୀ ଫୋନ କରି କହିଲେ ଏଥିରେ କୌଣସି ଫରକ ପଡ଼ିବ ନାହିଁ,କାରଣ ଆମେ ଜାଣିଛୁ ତୁମେ କ’ଣ ।ତେବେ ଉଭୟଙ୍କ ମଧ୍ୟରେ ଏକ ଭଲ ବଣ୍ଡିଂ ରହିଛି । ତେବେ ଯେତେବେଳେ ଏହି ଶୋ ଆରମ୍ଭ ହେଲା ନାହିଁ କପିଲଙ୍କୁ ଅନ୍ୟ ଶୋ ପାଇଁ ଅଫର ଆସିବାକୁ ଲାଗିଲା । ତେବେ ସେ ଯାହା ହେଉ ପୁଣିଥରେ କପିଲ ଫେରୁଛନ୍ତି ତାଙ୍କ ଟିମ ସହିତ ସମସ୍ତଙ୍କ ମନୋରଂଜନ କରିବା ପାଇଁ ଏହା ନିହାତି ଭାବରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଉପହାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More