Only for Entertainment

ଜାହ୍ନବୀ କପୁରଙ୍କ ପରେ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର କରିବେ ବଲଉଡ ଡେବ୍ୟୁ, କରଣ ଜୋହର କଲେ ଘୋଷଣା ।

The Bollywood Ticket
29

ଷ୍ଟାରକିଡସଙ୍କ ପାଇଁ ବଲିଉଡ ଗଡ ଫାଦର କରଣ ଜୋହର ଖୁବଶୀଘ୍ର ଜାହ୍ନବୀ କପୁରଙ୍କ ଭଉଣୀ ତଥା ଶ୍ରୀଦେବୀ ଏବଂ ବୋନି କପୁରଙ୍କ ସାନ ଝିଅ ଖୁସି କପୁରଙ୍କୁ ବଲିଉଡରେ ଲଂଚ କରିବାକୁୁ ଯାଉଛନ୍ତି । ତେବେ କହିରଖୁଛୁ ଯେ ଏହି ଖବର ଜାହ୍ନବୀ କପୁରଙ୍କ ବଲିଉଡ ଡେବ୍ୟୁ ସମୟରୁ ହିଁ ସାମ୍ନାକୁ ଆସିଥିଲା ଯେ ଜାହ୍ନବୀ ଏବଂ ମା ଶ୍ରୀଦେବୀଙ୍କ ପରି ଖୁସି ମଧ୍ୟ ଅଭିନେତ୍ରୀ ହେବା ପାଇଁ ଚାହାଁନ୍ତି । ବୋନି କପୁର ମଧ୍ୟ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ଖିସି କପୁର ମଧ୍ୟ ଅଭିନେତ୍ରୀ ହେବାକୁ ଇଚ୍ଛା ରଖିଛନ୍ତି ଏବଂ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ ମଧ୍ୟ କରିବେ ।

 

View this post on Instagram

 

Bae❤ Someone once said-personality speaks,,,? #khushikapoor #khushibae #khushilo

A post shared by khushi kapoor (@khushi.kapoorr) on

ଏହି ଖବରକୁ ନେଇ ଏକ ନୂଆ କଥା ସାମ୍ନାକୁ ଆସିଛି । ନିକଟରେ ଫିଲ୍ମମେକର କରଣ ଜୋହର ଖୁସି କପୁରଙ୍କ ବଲିଉଡ ଡେବ୍ୟୁକୁ ନେଇ ବୟାନ ଦେଇଛନ୍ତି । କରଣ ନିକଟରେ ନେହା ଧୂପିଆଙ୍କ ଚାଟ ଶୋ’ ନୋ ଫିଲଟର ନେହାରେ ନଜର ଆସିଥିଲେ । ଶୋରେ ନେହା କରଣଙ୍କୁ ପଚାରିଥିଲେ ସେ ୨୦୧୯ରେ କେଉଁ ଷ୍ଟାର କିଡଙ୍କୁ ଲଂଚ କରିବାକୁ ଚାହାଁନ୍ତି । ଏହାର ଉତ୍ତରରେ ସେ ତୁରନ୍ତ ଜାବେଦ ଜାଫରୀଙ୍କ ପୁଅ ମିଜାନଙ୍କ ନାମ ନେଇଥିଲେ । ଏହା ସହିତ ମିଜାନଙ୍କ ସହିତ ସେ ଖୁସି କପୁରଙ୍କ ନାମ ମଧ୍ୟ ନେଇଥିଲେ ।

କରଣ ନିଜ ଉ ତ୍ତରରେ କହିଥିଲେ ‘ମିଜାନ ଫିଲ୍ମରେ ଖୁବ ସାନଦାର ଦେଖାଯିବେ । ତାଙ୍କ ମଧ୍ୟରେ ଜଣେ ବଡ ଷ୍ଟାର ଏବଂ ଭଲ ଡ୍ୟନ୍ସରର କ୍ଷମତା ଭରି ବରହିଛି । ଏବଂ ଖୁସି ମଧ୍ୟ ଖୁ ସୁନ୍ଦର ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More